ଡିଜେଲ ଚୋରି ଘଟଣାରେ ୧୧ ଗିରଫ, ୪୭୦ ଲିଟର ଡିଜେଲ ସହ ଓମିନି, ପୋଲସର, ୫ ମୋବାଇଲ ଜବତ
ଜୟପୁର,୨୨ ମାର୍ଚ୍ଚ(ହି.ସ.) – କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ସ୍ଥାନୀୟ ସଦର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୋରାପୁଟ ଏସଡ଼ିଓ ସଞ୍ଜୟ ମଣ୍ଡଳ ସୂଚନା ଦେଇଛନ୍ତି। ସଦର ଥାନା ଅଧିନରେ ଥିବା ପୋଡ଼ାଗଡ଼ ଅଂଚଳରୁ ଏକ ଟ୍ରକରୁ ଡିଜେଲ ଚ
ଡିଜେଲ ଚୋରି ଘଟଣାରେ: ୧୧ ଗିରଫ, ୪୭୦ ଲିଟର ଡିଜେଲ ସହ ଓମିନି, ପୋଲସର, ୫ ମୋବାଇଲ ଜବତ


ଜୟପୁର,୨୨ ମାର୍ଚ୍ଚ(ହି.ସ.) – କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ସ୍ଥାନୀୟ ସଦର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୋରାପୁଟ ଏସଡ଼ିଓ ସଞ୍ଜୟ ମଣ୍ଡଳ ସୂଚନା ଦେଇଛନ୍ତି। ସଦର ଥାନା ଅଧିନରେ ଥିବା ପୋଡ଼ାଗଡ଼ ଅଂଚଳରୁ ଏକ ଟ୍ରକରୁ ଡିଜେଲ ଚୋରି କରିଥିବା ୫ ଜଣ ଯୁବକ ଏବଂ ଚୋରି ଡିଜେଲକୁ କିଣିଥିବା ୬ ଜଣ ଦୋକାନୀ ଏପରିକି ମୋଟ ୧୧ ଜଣ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୪୭୦ ଲିଟର ଡିଜେଲ ସମେତ ଗୋଟିଏ ଓମିନି ଗାଡି, ପଲସର ବାଇକ, ୫ ମୋବଇଲ ଫୋନ ଜବତ କରାଯାଇଛି। ତେବେ ଏହି ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ଟୁନା ହରିଜନ ଏବଂ ଧନୁର୍ଜୟ ପରଜା ସମେତ ଅନ୍ୟ ୬ ଜଣ ଫେରାର ରହିଥିବା କେରାପୁଟ ଏସଡିପିଓ ସଞ୍ଜୟ ମଣ୍ଡଳ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande