
ଜୟପୁର, ୨୨ ମାର୍ଚ୍ଚ (ହି.ସ.)-
କୋରାପୁଟ ଜିଲ୍ଲା ଜୟପୁର ସଚେତନ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଏବଂ ନୂତନ କର୍ମକର୍ତ୍ତା ମନୋନୀତ । ଆଜି ଜୟପୁର ଠାରେ ନାଗରିକ କମିଟିର ସାଧାରଣ ପରିଷଦ ବୈଠକରେ ଗତ ଦିନରେ କମିଟି ଦ୍ବାରା ସହର ବିଭିନ୍ନ ବିଷୟ ନେଇ ସରକାରୀ ପ୍ରଶାସନିକ ଅଧିକାରୀ ଏବଂ ପୌରସଂସ୍ଥାର ଅଧିକାରୀ ଓ ଲୋକ ପ୍ରତିନିଧି ମାନଙ୍କୁ ସାକ୍ଷାତ କରିବା ସହିତ ଜୟପୁର ସହରର ବିକାଶ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ନେଇ ଦାବିପତ୍ର ସହିତ ଆଲୋଚନା କରାଯାଇବା ବିଷୟରେ ବସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହାପରେ ଆୟୋଜିତ କମିଟିର ନୂତନ କର୍ମକର୍ତ୍ତା ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା l ଏଥିରେ ସଭାପତି ଭାବେ ଶକ୍ତି ପ୍ରସାଦ ଷଡଙ୍ଗୀ, ଉପସଭାପତି ନରସିଂହ ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ମହାଙ୍କୁଡ, ଜି.ସତ୍ୟନାରାୟଣ, ସମ୍ପାଦକ ଅକ୍ଷୟ କୁମାର ସାହୁ, ସହସମ୍ପାଦକ ନରେନ୍ଦ୍ର ତ୍ରିପାଠୀ ଏବଂ ସୁରେନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ନବୀନ ଚନ୍ଦ୍ର ପାତ୍ର ଏବଂ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଭାବେ ଗୋବିନ୍ଦ ଚନ୍ଦ୍ର ସାହୁ, ଗଣେଶ ଆଚାର୍ଯ୍ୟ, ପ୍ରଫୁଲ୍ଲ ରାୟ, ସୂର୍ଯ୍ୟ ନାରାୟଣ ଦାଶ, ସୁବାଶ ଜୈନ, ରମେଶ ଚନ୍ଦ୍ର ତ୍ରିପାଠୀ, ଶିବ ପ୍ରସାଦ ପଟ୍ଟନାୟକ, ସୁବାଶ ଚନ୍ଦ୍ର ଚୌଧୁରୀ, ପ୍ରୀତିଶ ପଟ୍ଟନାୟକ ରହିଛନ୍ତି ।
ଏହି ନୂତନ କମିଟି ଚୟନରେ କମିଟିର ପୂର୍ବତନ ସଭାପତି ଇଂ. ଭଜନ ସିଂ ଏବଂ ବରିଷ୍ଠ ସଦସ୍ୟ ଦୀନବନ୍ଧୁ ଅଗ୍ରୱାଲ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି