ଅଦରକାରୀ ଜିନିଷକୁ ନୂଆ ରୂପ ଦେଉଛନ୍ତି ନିହାରିକା
ନୂଆପଡ଼ା, ୨୨ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଶାନ୍ତି ନଗର ବାସିନ୍ଦା ନିହାରିକା ପାଢ଼ୀ, ସ୍ବାମୀ ଗୌତମ ପାତ୍ର। ସ୍ବାମୀ ସ୍ତ୍ରୀ ଉଭୟେ ଚାକିରିଆ। ନିହାରିକା ଆଇ ସି ଡି ଏସ ବିଭାଗରେ କାର୍ଯ୍ୟ କରନ୍ତି। ବୃତ୍ତି ସିନା ଚାକିରି ନିଶା କିନ୍ତୁ ଅଦରକାରୀ ଜିନିଷକୁ ସୁନ୍ଦର ଭାବରେ ସଜାଇବା।
Adarskari jinisha


ନୂଆପଡ଼ା, ୨୨ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଶାନ୍ତି ନଗର ବାସିନ୍ଦା ନିହାରିକା ପାଢ଼ୀ, ସ୍ବାମୀ ଗୌତମ ପାତ୍ର। ସ୍ବାମୀ ସ୍ତ୍ରୀ ଉଭୟେ ଚାକିରିଆ। ନିହାରିକା ଆଇ ସି ଡି ଏସ ବିଭାଗରେ କାର୍ଯ୍ୟ କରନ୍ତି। ବୃତ୍ତି ସିନା ଚାକିରି ନିଶା କିନ୍ତୁ ଅଦରକାରୀ ଜିନିଷକୁ ସୁନ୍ଦର ଭାବରେ ସଜାଇବା। ଆମେ ଅନେକ ସମୟରେ କୌଣସି ଜିନିଷ ବ୍ୟବହାର କଲା ପରେ ତାକୁ ଫିଙ୍ଗିଦେଉ। କିନ୍ତୁ ନିହାରିକା ଏସବୁକୁ ନୂତନ ଜୀବନ ଦିଅନ୍ତି। ଅବ୍ୟବହୃତ ଓ ଅଦରକାରୀ ଜିନିଷ ସବୁକୁ ସେ ସୁନ୍ଦର ସୁନ୍ଦର କଳାକୃତିରେ ରୂପ ଦିଅନ୍ତି। ଏଇ ଯେମିତି ଆମେ ପାଣି ପିଇଲା ପରେ ଆମେ ବୋତଲକୁ ଫିଙ୍ଗି ଦେଉ ସେ କିନ୍ତୁ ଏହାକୁ ଚଢ଼େଇ, ପ୍ଲାଣ୍ଟର ଆଦି ତିଆରି କରି ଦିଅନ୍ତି। ମୋବିଲ ଜାରରୁ ହାତୀ ତିଆରି କରି ଦିଅନ୍ତି। ନଡ଼ିଆ କତାକୁ ସୁନ୍ଦର ଫୁଲରେ ପରିଣତ କରି ପକାନ୍ତି। ନଡ଼ିଆ କାଚିକୁ କଇଁଛ, ଜଗନ୍ନାଥ ଆଦି ରୂପ ଦିଅନ୍ତି। ଏମିତି ବିଭିନ୍ନ ଜିନିଷ ତିଆରି କରି ସେ ନିଜ ଘରକୁ ସଜାଇ ଦେଇଛନ୍ତି ଯେ, ଦେଖିଲେ ଆଖି ଲାଖି ଯାଉଛି। ତାଙ୍କ ପାଖରେ କୌଣସି ଜିନିଷ ମଧ୍ୟ ଅଦରକାରୀ ନୁହଁ। ସଜାଇ ଜାଣିଲେ ସବୁ ଜିନିଷ ସୁନ୍ଦର। ନିହାରିକାକୁ ଅନେକ ସମୟର ପଡୋଶୀଙ୍କ ଘରକୁ ଯାଇ ମଧ୍ୟ ଅବ୍ୟବହୃତ ଜିନିଷ ସବୁ ମାଗି ଆଣନ୍ତି ଓ ସୁନ୍ଦର ଡିଜାଇନ୍ ଦିଅନ୍ତି। ତାଙ୍କର ଏହି କଳାକାରୀ ପାଇଁ ସ୍ବାମୀ ଗୌତମ ସବୁବେକେ ସହଯୋଗ କରିଥାନ୍ତି। ଆପଣ ତାଙ୍କ ଘରକୁ ଗଲେ ଗୋଟେ ସୁନ୍ଦର ମ୍ୟୁଜିଅମ୍ ଭିତରକୁ ଗଲା ପରି ଲାଗିବ। ଘରର କାନ୍ଥ ଠାରୁ ପାହାଚ, ଫୁଲକୁଣ୍ଡ ଠାରୁ ଗଛ ଯାଏ ସୁନ୍ଦର କଳାକୃତିରେ ସବୁ ସଜେଇ ହୋଇଛି। ଅନ୍ୟ ମାନଙ୍କୁ ଏନେଇ ତାଲିମ ଦେବାକୁ ତାଙ୍କର ଇଛା ଅଛି ବୋଲି ନିହାରିକା କହିଛନ୍ତି। ଏଥିପାଇଁ ତାଙ୍କୁ ବହୁତ୍ ପ୍ରଶଂସା କରିଛନ୍ତି ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ ମହାରଣା। ତାଙ୍କର ଏହି କଳା ଅନ୍ୟ ମାନଙ୍କୁ ପ୍ରେରଣା ଦେବ ଓ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନରେ ସହାୟକ ହୋଇ ପାରିବ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande