
ଜୟପୁର, ୨୨ ମାର୍ଚ୍ଚ (ହି.ସ.)- କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ପଂଚାୟତର ଧଉଡ଼ା ପଦର ଗ୍ରାମର ବୃଦ୍ଧାଙ୍କ ଜୀବନ ଚାଲିଗଲା ପଛେ ମିଳିଲା ନାହିଁ ଭତ୍ତା l ଦୁଃଖ ପରିତାପର ବିଷୟ ଯେ, ଧଉଡ଼ା ପଦର ଗ୍ରାମର ଧନାଇ ବଡ଼ନାୟକ (୬୪) ଗତ ବର୍ଷ ଜୁଲାଇ ମାସରୁ ସରକାରୀ ନିୟମ ଅନୁସାରେ କୋରାପୁଟ ବ୍ଲକରେ ଭତ୍ତା ଆବେଦନ କରିଥିଲେ l ଭତ୍ତା ପାଇବାକୁ ଯୋଗ୍ୟ ଥାଇ ମଧ୍ୟ ବାରମ୍ବାର ଅଧିକାରୀଙ୍କୁ ଦୁଃଖ ଜଣେଇ ଦୀର୍ଘ ଦିନ ହେବ ଭତ୍ତା ଅପେକ୍ଷାରେ ଚାତକ ପରି ଚାହିଁ ବସିଥିଲେ l ଧନାଇ ମରିବା ମାସେ ପୂର୍ବରୁ ପକ୍ଷାଘାତର ଶିକାର ହୋଇ ଦେଶୀ, ବିଦେଶୀ ସମସ୍ତ ପ୍ରକାରର ଔଷଧ ଖାଇ ମଧ୍ୟ ସୁସ୍ଥ ହୋଇ ପାରି ନଥିଲେ l ଶେଷରେ ମାର୍ଚ୍ଚ ୨୧ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା l ଏପରି ସ୍ଥିତିରେ ସରକାରଙ୍କର ସାମାଜିକ ସୁରକ୍ଷା କାହା ପାଇଁ ବୋଲି ସାଧାରଣରେ ଆଲୋଚନା ହୋଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି