କବୟିତ୍ରୀ ଯୋସ୍ନାରାଣୀ ପଣ୍ଡାଙ୍କ ପରଲୋକ
ଗଂଜାମ, ୨୨ ମାର୍ଚ୍ଚ (ହି.ସ.)- କବୟତ୍ରୀ ତଥା ମହେନ୍ଦ୍ର ସାହିତ୍ୟ କଳାସଂସଦ ସଂପାଦକ ଯୋସ୍ନାରାଣୀ ପଣ୍ଡା(୬୮)ଙ୍କ ଆଜି ମଧ୍ୟାହ୍ନରେ ବହ୍ମପୁର ବଡ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ଯା ନିକଟରେ ସ୍ୱାମୀ କହ୍ନେଇ ପଣ୍ଡା, ଦୁଇ କନ୍ଯା ନିବେଦିତା, ଶୁଭ୍ରମିତା, ନାତି ଆଶିଂକ, ସାତ୍ତିକ ରଂଜନ, ଭ
କବୟିତ୍ରୀ ଯୋସ୍ନାରାଣୀ ପଣ୍ଡା ଙ୍କ ପରଲୋକ


ଗଂଜାମ, ୨୨ ମାର୍ଚ୍ଚ (ହି.ସ.)- କବୟତ୍ରୀ ତଥା ମହେନ୍ଦ୍ର ସାହିତ୍ୟ କଳାସଂସଦ ସଂପାଦକ ଯୋସ୍ନାରାଣୀ ପଣ୍ଡା(୬୮)ଙ୍କ ଆଜି ମଧ୍ୟାହ୍ନରେ ବହ୍ମପୁର ବଡ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ଯା ନିକଟରେ ସ୍ୱାମୀ କହ୍ନେଇ ପଣ୍ଡା, ଦୁଇ କନ୍ଯା ନିବେଦିତା, ଶୁଭ୍ରମିତା, ନାତି ଆଶିଂକ, ସାତ୍ତିକ ରଂଜନ, ଭଗ୍ନୀ ଉଷାରାଣୀ, ଦୁଇ ଜ୍ୱାଇଁଙ୍କ ସମେତ ଚିତରଂଜନ ଓ ବହୁଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ବ୍ରହ୍ମପୁର ଡକ୍ଟରସ୍ ଫୋରମ ପୂର୍ବତନ ସଂପାଦକ ଡାକ୍ତର ହୃଷୀକେଶ ମହାନ୍ତି ଜ୍ୟୋତ୍ସ୍ନା ପଣ୍ଡାଙ୍କ ମନମୋହନ ମନସୁର ଆପର୍ଟମେଣ୍ଟ ବାସଭବନ ଭବନକୁ ଯାଇ ଜ୍ୟୋତ୍ସ୍ନା ପଣ୍ଡାଙ୍କ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କବୟତ୍ରୀଙ୍କ ପରଲୋକରେ ବ୍ରହ୍ମପୁର ସହରରେ ତଥା ଓଡିଶାର ବିଭିନ୍ନ ଅଂଚଳରେ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି । ଶେଷ କୃତ୍ଯ ପାଇଁ ଅପରାହ୍ନରେ ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ଵାର ନିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande