ପୋଖରୀରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର
ପୋଖରୀରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର
ପୋଖରୀରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର


ପୋଖରୀରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର


ପୋଖରୀରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର


ପୋଖରୀରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର


ପୋଖରୀରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର


ସମ୍ବଲପୁର, ୨୨, ମାର୍ଚ୍ଚ (ହି.ସ.)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସଦର ମହକୁମା ସ୍ଥିତ କାଳୀମନ୍ଦିର ନିକଟ ଉପରକୋଟ ପୋଖରୀରେ ରବିବାର ସକାଳେ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହକୁ ଭାସମାନ ଅବସ୍ଥାରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ପୋଖରୀରେ ମୃତଦେହ ଭାସୁଥିବା ସୂଚନା ପରେ କୁଚିଣ୍ଡା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଘଟଣାର ଅନୁଧ୍ୟାନ କରିଥିଲେ । ପୋଲିସ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀ ମୃତ ମହିଳାଙ୍କୁ ପାଣିରୁ ଉଦ୍ଧାର କରିବା ପରେ ପୋଲିସ ମୃତକଙ୍କ ଚିହ୍ନଟ ପାଇଁ ବିଭିନ୍ନ ବର୍ଗଙ୍କୁ ପଚରା ଉଚରା କରିଥିଲେ ମଧ୍ୟ ଏହି ଖବର ପ୍ରେରଣ ପୂର୍ବରୁ କୌଣସି ସୂଚନା ମିଳିନାହିଁ। ତେବେ

ମୃତ ମହିଳା ଜଣକ କିଏ, କେଉଁ ପରିସ୍ଥିତିରେ ତାଙ୍କ ମୃତଦେହ ପୋଖରୀକୁ ଆସିଲା, ଏହା ହତ୍ୟା ନା ଆତ୍ମହତ୍ୟା ଏହିଭଳି ବିଭିନ୍ନ ପ୍ରଶ୍ନବାଚୀ ଉଠିଛି । ତେବେ ମୃତ ମହିଳାଙ୍କ କିଛି ବସ୍ତ୍ର ପୋଖରୀ କୂଳରୁ ଉଦ୍ଧାର ହେବା ପରେ ସମ୍ପ୍ରତି ଏହା ଏକ ହତ୍ୟାକାଣ୍ଡ ଦିଗକୁ ସୂଚିତ କରାଇଛି । ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପୋଲିସ କୁଚିଣ୍ଡା ମେଡିକାଲକୁ ପଠାଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ଧରି କୁଚିଣ୍ଡା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅସାମାଜିକ ତତ୍ବଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ନିର୍ଦ୍ଧିଷ୍ଟ କେତେକ ନିରୋଳା ଓ ଅନ୍ଧାରୁଆ ସ୍ଥାନରେ ମଦ୍ୟପ ମାନଙ୍କ ଆସର ଚାଲୁଥିବା ବେଳେ, କିଛି କୁଖ୍ୟାତ ଅସାମାଜିକ ବ୍ୟକ୍ତି ବିଶେଷ କୌଣସି ଅପରାଧିକ କାଣ୍ଡ ଘଟାଇବା ପାଇଁ ମନ୍ତ୍ରଣା କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି । ଗତ କିଛି ଦିନ ଧରି କୁଚିଣ୍ଡା ଥାନା ଅଞ୍ଚଳରେ ଚୋରି, ଡକାୟତି, ଅପହରଣ, ହତ୍ଯା ଓ ନିଶାଦ୍ରବ୍ୟ କାରବାର ବୃଦ୍ଧି ଭଳି ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲେ ମଧ୍ୟ ଥାନା ପକ୍ଷରୁ ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ଯାଉନଥିବା ହିଁ ଆଜିର ଏହି ଅଭାବନୀୟ ଘଟଣା ପାଇଁ ଦାୟୀ ବୋଲି କିଛି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ସରିବା ପରେ ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି ଥାନା ସୂତ୍ରରୁ କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande