
କନ୍ଧମାଳ, ୨୨ ମାର୍ଚ୍ଚ (ହି.ସ.) -ଭାରତୀୟ ସଂସ୍କୃତି ପରମ୍ପରା ଓ ଐତିହ୍ୟର ମୁକସାକ୍ଷୀ ହିଁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ | ଏହିଦିନ ସୃଷ୍ଟିର ପ୍ରାରମ୍ଭ ଦିବସ | ବ୍ରହ୍ମାଙ୍କର କାଳ ଗଣନା | ତଦନୁସାରେ କଳି ଯୁଗାବ୍ଦ ୫୧୨୮ ଆରମ୍ଭ ହୋଇଛି | ବିକ୍ରମ ସମ୍ବତ, ଶକାବ୍ଦ ଆରମ୍ଭ ହେବା ସହ ପ୍ରଭୁ ରାମଚନ୍ଦ୍ର ଓ ରାଜା ଯୁଝିଷ୍ଠିରଙ୍କର ଅଭିଷେକ ଉତ୍ସବ ସହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପ୍ରତିଷ୍ଠାତା କେଶବ ବଳିରାମ ହେଡ଼ଗେୱାରଙ୍କ ଜନ୍ମଦିନ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଅଟେ ଅଟେ | ସାରା ଭାରତ ବର୍ଷରେ ଏହା ଧୁମଧାମରେ ପାଳନ ହେଉଥିବା ବେଳେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଏବଂ କୋମଳ ଗାନ୍ଧାର ସଙ୍ଗୀତ ଓ ସଂସ୍କୃତି ପ୍ରତିଷ୍ଠାନ ଓ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାଳନ କରାଯାଇଛି | ପରିଷଦର ଜିଲ୍ଲା ସଭାପତି ଡ ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ସଭାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂଘଚାଳକ ରମେଶ ଚନ୍ଦ୍ର ସାହୁ ଉଦଘାଟକ ଭାବେ ଯୋଗ ଦେଇଥିଲା ବେଳେ ଜିଲ୍ଲା ଲେଖକ ସମ୍ମୁଖ୍ୟର ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ରବୀନ୍ଦ୍ରନାଥ ମିଶ୍ର, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ | ଯୁବ ସାହିତ୍ୟିକ, ଅନୁବାଦକ, ସମାଜସେବୀ ବିଶ୍ୱନାଥ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ରାଷ୍ଟ୍ରୀୟ ନବ ବର୍ଷ ପାଳନର ଆବଶ୍ୟକତା ଓ ଆମ ସଂସ୍କୃତି ପରମ୍ପରାର ପ୍ରାଚୀନତା, ମହାନ ଐତିହ୍ୟର ଗୌରବମୟ ଇତିହାସ ବିଷୟରେ ବିଶଦ ଭାବେ ଆଲୋକପାତ କରିଥିଲେ |
ପ୍ରାରମ୍ଭରେ ଉଭୟ ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ଧଳ ଅତିଥି ପରିଚୟ ସହ ଦିବସର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲା ବେଳେ କୋମଳ ଗାନ୍ଧାର ସଙ୍ଗୀତ ଓ ସଂସ୍କୃତି ପ୍ରତିଷ୍ଠାନର ସମ୍ପାଦକ ଅସିତ କୁମାର ନନ୍ଦ କୈଳାସ ଚନ୍ଦ୍ର ଧଳଙ୍କ ରଚିତ ନବବର୍ଷ ସଙ୍ଗୀତକୁ ସ୍ୱର ସଂଯୋଜନା କରି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଇଥିଲେ | ସମ୍ବାଦ ସାହିତ୍ୟ ଘରର କୋଷାଧ୍ୟକ ପ୍ରସନ୍ନ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲା ବେଳେ ପରିଷଦର ସହ ସମ୍ପାଦକ ନିରଞ୍ଜନ ପାଣ୍ଡେ ପ୍ରାରମ୍ବରେ ଶାନ୍ତି ଯଂଜ୍ଞ କରିଥିଲେ | ପରେ ପରେ ଜିଲ୍ଲା ସଂଯୋଜକ ଏ ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଅତିଥି ଭାବେ ସୁସାହିତ୍ୟିକ ଓ ସଂଗଠକ ବନବିହାରୀ ନନ୍ଦ ଯୋଗଦେଇଥିଲା ବେଳେ ଫିରିଙ୍ଗିଆ ଶାଖାର ସଂଯୋଜିକା ଶ୍ରୀମତୀ ହରପ୍ରିୟା ମିଶ୍ର, ଉଦୟଗିରିର ସଂଯୋଜିକା ବନିତା ମହାରଣା ସଂଯୋଜନା କରିଥିଲେ | ଏଥିରେ ପଚାଶରୁ ଉର୍ଦ୍ଧ୍ୱ କବି ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ | ସେମାନେ ହେଲେ ଟିକାବାଲି ସଂଯୋଜକ ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ ତାପସ କୁମାର ହୋତା, ଦୁର୍ଯ୍ୟୋଧନ ପ୍ରଧାନ, ବି କେ କମଲ, ପୁଷ୍ପିତା ପଟ୍ଟନାୟକ, ପ୍ରଭାତୀ ପାତ୍ର, ବିରଞ୍ଚି ନାରାୟଣ ସାହୁ, ସସ୍ମିତା ମହାନନ୍ଦିଆ, ଗାୟତ୍ରୀ ସାହୁ, ରାଜେନ୍ଦ୍ର ନାୟକ, ପ୍ରିୟବ୍ରତ ବେହରା, ଜଗନ୍ନାଥ ରଥ, କୁମୁଦିନୀ କହଁର, ସୋମନାଥ ସାହୁ, ଗୋରୀ ପାଢ଼ୀ ନମିତାରାଣୀ ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼ ରାମକୃଷ୍ଣ ମହାନ୍ତି, ରୁଦ୍ର ପ୍ରସାଦ ହୋତା ତ୍ରିଲୋଚନ ପଣ୍ଡା, ରଂଜିତ ମୁଖି, ଆଦ୍ୟସା ମହାରଣା, ସତ୍ୟଜିତ ପାତ୍ର ଜଗତ ରଣା ପ୍ରମୁଖ |
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ