ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଂପ୍ରଦା ପ୍ରତିଯୋଗିତା
ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଂପ୍ରଦା ପ୍ରତିଯୋଗିତା
ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଂପ୍ରଦା ପ୍ରତିଯୋଗିତା


ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଂପ୍ରଦା ପ୍ରତିଯୋଗିତା


ସମ୍ବଲପୁର,୨୨, ମାର୍ଚ୍ଚ (ହି.ସ.)ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ଆନୁକୁଲ୍ୟରେ ଅନୁଷ୍ଠିତ ସଂପ୍ରଦା ପ୍ରତିଯୋଗିତାରେ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ କପିଳ ସାହୁ, ହେମନ୍ତ ମହାପାତ୍ର, ରଞ୍ଜନ ସାହୁ ଏବଂ ପ୍ର.କାମଦେବ ସାହୁ ବିଚାରଣା କରିଥିଲେ ।

ଏହି ପ୍ରତିଯୋଗିତାରେ ବଡ଼ଧରା ସମ୍ପ୍ରଦା ଦଳ ପ୍ରଥମ, ଅମ୍ବାପାଲି ଦଳ ଦ୍ଵିତୀୟ ଓ ଦୟାଡେରା ଦଳ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥଲେ । ସମସ୍ତ ସହଭାଗୀ ଦଳଙ୍କୁ ଦୁଇ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ସମସ୍ତ ଦଳକୁ ଗସ୍ତ ଖର୍ଚ ଟ୍ରଷ୍ଟ ବୋର୍ଡ ତରଫରୁ ପ୍ରଦାନ କରାଯାଇଛି । ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ କୁମାର ବାବୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ, ସଦସ୍ୟ ପ୍ରଫୁଲ୍ଲ ହୋତା ସଂଯୋଜକ ଭାବରେ କାର୍ଯ୍ୟ କରିଥିଲେ। ଏହି ଅବସରରେ ଡ଼ ଶ୍ୟାମ ସୁନ୍ଦର ଧରଙ୍କ ସହିତ ସଦସ୍ୟ ହେମନ୍ତ ମିଶ୍ର , ସନ୍ତୋଷ ପୃଷେଠ, ଦେବ କୁମାର ଆଜମେରିଆ ଓ ଇଓ ବିଚିତ୍ରାନନ୍ଦ ଆଚାର୍ଯ୍ୟ ସଂଯୋଜନା କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ବାବୁ ନିଜ ଅଭିଭାଷଣରେ କହିଥିଲେ ଯେ, ଏପରି କାର୍ଯ୍ୟକ୍ରମ ଆମ ସାଂସ୍କୃତିକ ଐତିହ୍ୟକୁ ଅଗାମୀ ପିଢ଼ୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ଏକ ମୁଖ୍ୟ ମାଧ୍ୟମ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande