ଶ୍ରୀଶ୍ରୀ ସିଦ୍ଧ ମହାପୁରୁଷ ବାରୁଣୀ ମେଳା
କେନ୍ଦ୍ରାପଡା, ୨୨ ମାର୍ଚ୍ଚ (ହି.ସ.)- କିମ୍ବଦନ୍ତୀ କହେ ଆଜିକୁ ଅନେକ ବର୍ଷ ପୂର୍ବେ ପୂଣ୍ୟ ତୋୟା ବିରୂପା ନଦୀର ତଟ ଦେଶରେ ମଙ୍ଗଳପୁର ଏବଂ ଛୋଟୀ ଦୁଇଟି ଗାଁର ସୀମାନ୍ତ ଅଞ୍ଚଳରେ ଜଣେ ସିଦ୍ଧ ଦଶମହାବିଦ୍ୟାର ସାଧକ ଅବସ୍ଥାପନ କରୁଥିଲେ। ଯାହାଙ୍କ ମହିମା ଖଣ୍ଡ ମଣ୍ଡଳରେ ଖ୍ୟାତ ଥିଲା। ସାଧୁଙ୍କ ସାନ୍ନିଧ
ଶ୍ରୀଶ୍ରୀ ସିଦ୍ଧ ମହାପୁରୁଷ ବାରୁଣୀ ମେଳା


କେନ୍ଦ୍ରାପଡା, ୨୨ ମାର୍ଚ୍ଚ (ହି.ସ.)- କିମ୍ବଦନ୍ତୀ କହେ ଆଜିକୁ ଅନେକ ବର୍ଷ ପୂର୍ବେ ପୂଣ୍ୟ ତୋୟା ବିରୂପା ନଦୀର ତଟ ଦେଶରେ ମଙ୍ଗଳପୁର ଏବଂ ଛୋଟୀ ଦୁଇଟି ଗାଁର ସୀମାନ୍ତ ଅଞ୍ଚଳରେ ଜଣେ ସିଦ୍ଧ ଦଶମହାବିଦ୍ୟାର ସାଧକ ଅବସ୍ଥାପନ କରୁଥିଲେ। ଯାହାଙ୍କ ମହିମା ଖଣ୍ଡ ମଣ୍ଡଳରେ ଖ୍ୟାତ ଥିଲା। ସାଧୁଙ୍କ ସାନ୍ନିଧ୍ୟରେ ପ୍ରିତ ହୋଇ ତତ୍କାଳୀନ ଆଳି ପ୍ରଗଣାର ରାଜମାତା । ସେହି ସ୍ଥାନଟିକୁ ଆଶ୍ରମ ନାମରେ ସନନ୍ଦ କରାଇଲେ ପବିତ୍ର ବାରୁଣୀ ଅମାବାସ୍ୟା ଦିନ ସାଧୁଙ୍କର ଯୋଗ ମୁଦ୍ରାରେ ଜୀବନ୍ତ ସମାଧିସ୍ଥ ଅବସ୍ଥାରେ ସ୍ୱର୍ଗପ୍ରାପ୍ତି ହୋଇଥିଲା। ଏହି ମହାପ୍ରୟାଣ ଦିବସଟିକୁ ଅଞ୍ଚଳର ଲୋକମାନେ ବାରୁଣୀ ଯାତ୍ରା ରୂପେ ପାଳନ କରିଆସୁଛନ୍ତି ଏବଂ ଏହି କ୍ଷେତ୍ରଟିକୁ ସିଦ୍ଧମହାପୁରୁଷ କ୍ଷେତ୍ର ରୁପେ ବିବେଚନା କରାଯାଉଅଛି। କେହି କେହି ଏହାକୁ ଖଣ୍ଡିଆ ବାରୁଣୀ ବୋଲି କହନ୍ତି। ଏହାର ବିଶେଷତଃ ଆୟତନ ଦୃଷ୍ଟିରୁ ଏହା ଖଣ୍ଡିଆ ନୁହେଁ। ଲୋକଙ୍କ ଭାବାବେଗ କହେ.. ଦିନରେ ଖାଁ ଖାଁ.. କୁଆ କୋଇଲିର ଶବ୍ଦ ନଥାଏ। ସଂଜ ନଇଁଲେ ସତେ ଯେମିତି ପୁରିଉଠେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ଯାନିଯାତ୍ରା ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମର ପସରା ମେଲେ। ଗାଁର ବୟସ୍କଙ୍କ ମତରେ ନଦୀ ଅବବାହୀ କା ଉର୍ବର ଚାଷଜମିରେ ପ୍ରଚୁର ଆଖୁ ଏବଂ ଜଡା ଚାଷ କରାଯାଉଥିଲା। ଜଡାତେଲ ଉତ୍ପାଦନରେ ଆମ ଅଞ୍ଚଳର ବେଶ ଖ୍ୟାତି ଥିଲା। ଏପରିକି ସେ କାଳର ବାଣିଜ୍ୟ କେନ୍ଦ୍ର ରୁପେ ପରିଗଣିତ ଆଳି କନିକା ଜମ୍ବୁ ଅଞ୍ଚଳରୁ ବଣିକମାନେ ଜଡାତେଲ ନେଇ ସୁଦୂର କଲିକତାରେ ବାଣିଜ୍ୟ କରୁଥିଲେ। କଲିକତା ବଜାରରେ ଏହାର ଢେର ଚାହିଦା ଥିଲା। ଆଖପାଖ ଗାଁର ଲୋକମାନେ ଜଡାବାରୁଣୀ ବୋଲି କହନ୍ତି। ଅତଏବ ସବୁ ସେଇ ମହାପୁରୁଷଙ୍କ ମହିମା।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande