ନବନିଯୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇ ଦିନିଆ ତାଲିମ ଶିବିର
କନ୍ଧମାଳ, ୨୨ ମାର୍ଚ୍ଚ (ହି.ସ.)- କନ୍ଧମାଳ ଜିଲ୍ଲାରେ ନବ ନିଯୁକ୍ତ ସରକାରୀ ଆଇନଜୀବୀ ମାନଙ୍କ ଦୁଇଦିନିଆ ଇଣ୍ଡକ୍ସନ ଓ ପ୍ରଶିକ୍ଷଣ ଶିବିର ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଶନିବାର ଉଦ୍ଘାଟିତ ହୋଇଯାଇଛି। ଏସପି ବି ସି ହରିଶ୍ ଶିବିରକୁ ଉଦଘାଟନ କରିଥିଲେ। ଜିଲ୍ଲାର ଫୁଲବାଣୀ,ବାଲିଗୁଡା, ଦାରିଙ୍
ନବନିଯୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇ ଦିନିଆ ତାଲିମ ଶିବିର


କନ୍ଧମାଳ, ୨୨ ମାର୍ଚ୍ଚ (ହି.ସ.)-

କନ୍ଧମାଳ ଜିଲ୍ଲାରେ ନବ ନିଯୁକ୍ତ ସରକାରୀ ଆଇନଜୀବୀ ମାନଙ୍କ ଦୁଇଦିନିଆ ଇଣ୍ଡକ୍ସନ ଓ ପ୍ରଶିକ୍ଷଣ ଶିବିର ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଶନିବାର ଉଦ୍ଘାଟିତ ହୋଇଯାଇଛି। ଏସପି ବି ସି ହରିଶ୍ ଶିବିରକୁ ଉଦଘାଟନ କରିଥିଲେ। ଜିଲ୍ଲାର ଫୁଲବାଣୀ,ବାଲିଗୁଡା, ଦାରିଙ୍ଗବାଡ଼ି, ଜି. ଉଦୟଗିରି, ତୁମୁଡିବନ୍ଧ, କୋଟଗଡ଼ ପ୍ରଭୃତି କୋର୍ଟରେ ଥିବା ବିଭିନ୍ନ କୋର୍ଟରେ କାର୍ଯ୍ୟରତ ସ୍ପେସିଆଲ ପି ପି, ଆଡ଼ିସନାଲ ପି ପି, ଆସିଷ୍ଟାଣ୍ଟ ପି ପି ପ୍ରମୁଖ ଯୋଗ ଦେଇଥିଲେ । ନୂତନ ଫୌଜଦାରୀ ଆଇନ୍, କୋର୍ଟ ଟ୍ରାଏଲ୍,ନୂତନ ବୈଷୟିକ ଜ୍ଞାନକୌଶଳ ସହିତ ଅନ୍ୟାନ୍ୟ ବିଚାର ବିଭାଗୀୟ ପ୍ରକ୍ରିୟା ସମ୍ପର୍କରେ ଅବଗତ କରିଥିଲେ ମାଷ୍ଟର ଟ୍ରେନର ଅବସରପ୍ରାପ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଅନିଲ କୁମାର ପ୍ରଧାନ ଓ ଶରତ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଏସପି ବି ବି ମହାପାତ୍ର, ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍ପିଟାଲର ଏଫ୍ ଏମ୍ ଟି ବିଭାଗ ମୁଖ୍ୟ ପ୍ରଫେସର ଡ଼ା. ସୁଦିପା ଦାସ, ବୌଦ୍ଧ ଜିଲ୍ଲା ଏଫ୍ ଏସ ଏଲ ର ସାଇଣ୍ଟିଫିକ୍ ଅଫିସର ପୂଜା ପ୍ରତିଭା ସେଠୀ, ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ ପ୍ରମୁଖ । ବିଭିନ୍ନ ମାମଲାରେ ଦଣ୍ଡ ବିଧାନ ହାର କିପରି ବୃଦ୍ଧି ପାଇବ ସେନେଇ ଆଲୋଚନା ଓ ତର୍ଜମା କରାଯିବା ସହିତ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଏସପି ଏବଂ ପବ୍ଲିକ ପ୍ରସିକ୍ୟୁସନ୍ ଡେପୁଟି ଡାଇରେକ୍ଟର। ବର୍ତ୍ତମାନ ପ୍ରସିକ୍ୟୁସନ ବ୍ୟବସ୍ଥାରେ ବ୍ୟବହୃତ ନୂଆ ଟେକ୍ନୋଲୋଜି ଓ ନୂତନ ଆଇନ ସମ୍ପର୍କରେ ବିସ୍ତୃତ ତାଲିମ ଦେଇଥିଲେ ବକ୍ତା । ରାଜ୍ୟ ଆଇନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଡିଷ୍ଟ୍ରିକ୍ଟ ଡାଇରେକ୍ଟରେଟ ଅଫ୍ ପବ୍ଲିକ ପ୍ରଶିକ୍ୟୁସନ୍ ଡେପୁଟି ଡାଇରେକ୍ଟର ତ୍ରିଲୋଚନ ପରିଡ଼ା ଓ ସରକାରୀ କ୍ୟାଡର୍ ପବ୍ଲିକ ପ୍ରଶିକ୍ୟୁଟର ପୂର୍ଣ୍ଣ ଚନ୍ଦ୍ର ନାଗ ସଂଯୋଜନା ଓ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରଶ୍ମିତା ମହାନନ୍ଦ, ଆଡିସନାଲ ପବ୍ଲିକ ପ୍ରସିକ୍ୟୁଟର ମାଳତୀ ପାଳ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିତୁ ରଣା, ସଞ୍ଜୟ ପ୍ରଧାନ, ପ୍ରଶାନ୍ତ ବିଷୋୟୀ, ରାହୁଲ ବିଷୋୟୀ ସହାୟତା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande