ଜାତୀୟ ମାନବଅଧିକାର କମିଶନରଙ୍କ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଗସ୍ତ
ଜୟପୁର,୨୨ ମାର୍ଚ୍ଚ(ହି.ସ.) – ଜାତୀୟ ମାନବଅଧିକାର କମିଶନର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପ୍ରୋଫେସର କହ୍ନେୟା ତ୍ରିିପାଠୀ ଆଜି ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଏନସିସି କ୍ୟାଡେଟଙ୍କ ଦ୍ୱାରା ମାର୍ଚ୍ଚିଙ୍ଗ କରାଯାଇଥିଲା। ରେଜିଷ୍ଟାର ମହେଶ୍ୱର ନାୟକଙ୍କ
ଜାତୀୟ ମାନବଅଧିକାର କମିଶନରଙ୍କ ବିକ୍ରମଦେବ ବିଶ୍ବବିଦ୍ୟାଳୟ ଗସ୍ତ


ଜୟପୁର,୨୨ ମାର୍ଚ୍ଚ(ହି.ସ.) – ଜାତୀୟ ମାନବଅଧିକାର କମିଶନର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପ୍ରୋଫେସର କହ୍ନେୟା ତ୍ରିିପାଠୀ ଆଜି ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ଏନସିସି କ୍ୟାଡେଟଙ୍କ ଦ୍ୱାରା ମାର୍ଚ୍ଚିଙ୍ଗ କରାଯାଇଥିଲା। ରେଜିଷ୍ଟାର ମହେଶ୍ୱର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ତ୍ରିପାଠୀ ଉପସ୍ଥିତ ରହି ବିଶ୍ୱବିଦ୍ୟାଳୟ ପରିସରରେ କୌଣସି ପ୍ରକାର ଲିଙ୍ଗଗତ ବୈଷମ୍ୟ ନରହିବା ପାଇଁ ପରାମର୍ଶ ଦେଇଥିଲେ। କ୍ଲସରୁମ ଓ ହଷ୍ଟେଲ ଗୁଡିକରେ ସଫା ସୁତୁରା ରହିବା ସହ ସୁସ୍ଥ ବାତାବରଣ ଉପରେ ଗୁରୁତ୍ୱ ଦେଇଥିଲେ। ବିଶ୍ୱବିଦ୍ୟାଳୟରେ ସାଇବର ସେଲ ଓ ହ୍ୟୁମାନ ରାଇଟ୍ସ ସେଲ ଗଠନ କରିବା ସହ ଯେକୌଣସି ବ୍ୟକ୍ତିର ମାନବିକ ଅଧିକାର ଯେପରି କ୍ଷୁର୍ଣ୍ଣ ନହେବ ସେଥିପାଇଁ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି। ବାଳିକା ଛାତ୍ରାବାସରେ ଭେଣ୍ଡିଂ ମ୍ୟାସିନ ଓ ମାଗଣାରେ ସର୍ଜରୀ ପ୍ୟାଡ ପ୍ରଦାନ କରିବାକୁ ଆଲୋଚନା କରାଯାଇଥିଲା। ପରିବେଶ ପ୍ରତି ଧ୍ୟାନ ଦେବା ସହ ସମସ୍ତ କର୍ମଚାରୀ ମାନଙ୍କର ପଦୋନ୍ନତି ସମୟାନୁସରେ ହେବା ପାଇଁ ଉଦ୍ୟମ ଦରକାର ବୋଲି କହିଥିଲେ। ବିଶ୍ୱବିଦ୍ୟାଳୟର ମହିଳା ହଷ୍ଟେଲ ଗୁଡିକ ବୁଲି ଦେଖିବା ସହ ଛାତ୍ରୀ ମାନଙ୍କର ସମସ୍ୟା ପଚାରି ବୁଝିଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇର ଅଧ୍ୟକ୍ଷ ଲକ୍ଷ୍ମଣ ପାତ୍ରଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande