
ଜୟପୁର,୨୨ ମାର୍ଚ୍ଚ(ହି.ସ.) – ଜାତୀୟ ମାନବ ଅଧିକାର କମିଶନ, ନୂଆଦିଲ୍ଲୀର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ଉପଦେଷ୍ଟା, ପ୍ରଫେସର କହ୍ନେୟା ତ୍ରିପାଠୀ, ଜୟପୁର ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟକୁ ପରିଭ୍ରମଣ ପୂର୍ବକ ମହାବିଦ୍ୟାଳୟର ସମସ୍ତକର୍ମୀ ଓ ଛାତ୍ରୀଙ୍କୁ ମାନବ ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ। ମହାବିଦ୍ୟାଳୟରେ କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ ଓ ଛାତ୍ରଗଣଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷା ଜନିତ ଅଧିକାର ଅକ୍ଷୁର୍ଣ୍ଣ ରଖିବା ଦିଗରେ ଛାତ୍ର ମଙ୍ଗଳ ଅଧିକାରୀ ଓ ଆଇ.ସି.ସି ସଦସ୍ୟଗଣ କିଭଳି ତତ୍ପର ହୋଇ କାର୍ଯ୍ୟ କରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ମାନବ ଅଧିକାର ସୁରକ୍ଷା ସଂକ୍ରାନ୍ତୀୟ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ମାଧ୍ୟମରେ ଏହାର ପ୍ରଚାର ପ୍ରସାର ନିମନ୍ତେ ଶିକ୍ଷକ ଓ ଛାତ୍ରୀ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିବେକାନନ୍ଦ ସୁନାଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପ୍ରଫେସର କହ୍ନେୟା ତ୍ରିପାଠୀ ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅମିତ କୁମାର ପାତ୍ରଙ୍କୁ ସ୍ୱାଗତ ଜଣାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି