

ବଲାଙ୍ଗିର, ୨୨ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ତହଁକ ସାଲ୍ ବଲାଙ୍ଗିର ଠାରେ ତହଁକ କୁଟୁମ ତରଫରୁ ବିଶ୍ବ କବିତା ଦିବସ ପାଳନ ହୋଇଯାଇଛି । କବି ରାଜେଶ ଦଣ୍ଡସେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ କୋସଲି କବି ଆଇନଜୀବୀ ସଂପାଦକ ଶୁସାନ୍ତ ବାଗ ଯୋଗଦେଇ ବର୍ତ୍ତମାନ ଦେଶ ଦେଶ ଭିତରେ ଯୁଦ୍ଧ ସାରା ବିଶ୍ବକୁ ଆତଙ୍କିତ କରିଦେଉଛି ଏହି ପରିପେକ୍ଷିରେ କବିମାନଙ୍କ କଳମ ଚାଲନା ହିଁ ବିଶ୍ବକୁ ଶାନ୍ତି ପ୍ରଦାନ କରିପାରିବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଗୀତିକାର ରାଜୀବ ପ୍ରସାଦ ଭୋଇ, ଗୋପାଳ ମେହେର, ପୁଷ୍ପାଞ୍ଜଳି ମେହେର, ଭରତ ମେହେର ଯୋଗଦେଇ କବିତା ମୋର ଜୀବନ ଶୀର୍ଷକ ଆଲୋଚନାରେ ନିଜ ନିଜ ମତ ରଖିଥିଲେ।
କବି ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କବି ମିଲନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ