
କେନ୍ଦ୍ରାପଡା, ୨୨ ମାର୍ଚ୍ଚ (ହି.ସ.)- ସେବାକେନ୍ଦ୍ର ଆନୁକୁଲ୍ୟରେ ଆଦ୍ୟାଶକ୍ତି ଭବନ ଠାରେ ରବିବାର ଦିନ ବିଶ୍ୱ ଜଳ ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀ ସଂଯୁକ୍ତା ପାଣି ଅଛି ତ ପ୍ରାଣ ଅଛି ବିଷୟ ଉପରେ ନିଜର ଓଜୋସ୍ଵିନି ଅଭିଭାଷଣ ପ୍ରଦାନ କରିଥିଲେ। ଆଳି ବ୍ଲକ୍ ମହିଳା ମହାସଂଘ ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବ୍ରହ୍ମା କୁମାରୀ ଶୁଭସ୍ମିତା ଜଳ ସଂରକ୍ଷଣ କରିବା ପାଇଁ ଶପଥ ପାଠ କରାଇଥିଲେ। ବ୍ରହ୍ମା କୁମାରୀ ଅଚିସ୍ମିତା ଉପସ୍ଥିତ ସଭାକୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ବ୍ରହ୍ମା କୁମାରୀ ସ୍ଵର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶତାଧିକ ଭାଇ ଓ ଭଉଣୀମାନେ ଅଂଶଗ୍ରହଣ କରି ଲାଭାନ୍ଵିତ ହୋଇଥିଲେ। ବ୍ରହ୍ମା କୁମାରୀ ପ୍ରଗତିକା, ବନ୍ଦନା, ସୁନୀଲ ମିଶ୍ର, ଲକ୍ଷ୍ମଣ ସାମଲ, ସୁଶୀଲ, ଦର୍ପ ନାରାୟଣ ମହାନ୍ତି, ସଙ୍ଗୀତା ପରିଡ଼ା, ରେଣୁ ବାଳା, ଲଳିତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି