
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)-ରାଜଧାନୀ ଉପକଣ୍ଠରେ
ପୁଣି ଲୁଟ୍। ସିରିଜ୍ ଚୋରି ଉଦ୍ୟମ। ସ୍ଵାମୀ ସ୍ତ୍ରୀଙ୍କୁ ତାଲା ପକାଇ ଘରୁ କଳାକନା ବୁଲାଇଲେ
ଲୁଟେରା। ଦୁଇଟି ବଡ଼ ହାର, ମଙ୍ଗଳସୂତ୍ର, ମୁଦି ଚାରୋଟି, ଚେନ୍ ଗୋଟିଏ, ବାହୁଟି ଚାରିହଳ, ସୁନା ଚୁଡ଼ି
ଚାରିପଟ ନଗଦ ୮୦ହଜାର ଟଙ୍କା ଲୁଟ୍। ଘର କାମ ପାଇଁ ରଖିଥିବା ପାଖାପାଖି ୨୦ଲକ୍ଷ ଟଙ୍କାର ଲୁଟ୍
ହୋଇଥିବା ଅଭିଯୋଗ। ଏୟାରଫିଲ୍ଡ ଥାନା ଜାମୁକୋଳି ଗାଁରେ ହୋଇଛି ଲୁଟ୍। ଏନେଇ ଏୟାରଫିଲ୍ଡ ଥାନାରେ
ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ସିସିଟିଭି ଯାଞ୍ଚ୍ କରିବା ସହ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍
ସ୍କ୍ୱାଡ ନେଇ ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା