
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)-ନିଲମ୍ବନ
ନିର୍ଦ୍ଦେଶକୁ ମୁଁ ଗ୍ରହଣ କରିପାରୁନି ବୋଲି କହିଛନ୍ତି ନିଲମ୍ବିତ ବିଜେଡି ବିଧାୟକ ଚକ୍ରମଣି
କହଁର । ସେ କହିଛନ୍ତି ଯେ, ଭାବିଚିନ୍ତି ଭୋଟ ଦେଇଛି । ବିଜୁ ଲିଗାସୀକୁ ଭୋଟ ଦେଇଛି । ପ୍ରଥମ
ଭୋଟ ଦଳର ନିର୍ଦ୍ଦେଶ ଦେଇଛି । ଦ୍ଵିତୀୟ ଭୋଟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଛି । ଦଳର
ନିର୍ଦ୍ଦେଶକୁ କେବେ ଅବହେଳା କରିନି । ଏବେ ଦଳ ନିଷ୍ପତ୍ତି କଣ କରିବ ସେଇଟା ସେମାନେ ନିଷ୍ପତ୍ତି
ନେବେ । ଆମେ ଲୋକଙ୍କ ସେବାରେ ଥିଲୁ ଅଛୁ ରହିବୁ । ରାଜ୍ୟସଭାରେ ହ୍ୱିପ ଲାଗୁ ହୁଏ ନାହିଁ । ମୁଁ
ବିଶ୍ଵାସଘାତକତା କରି ନାହିଁ । ବାଲିଗୁଡା ଜନସାଧାରଣଙ୍କ ସହ ଅଛି । ମୁଁ ବିଜେଡି ସହିତ ଥିଲି
ଅଛି ରହିବି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା