ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଜଳ ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା। ଜଳ ହିଁ ଜ
ଜଳ


ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଜଳ ସଂରକ୍ଷଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଜଳ ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା। ଜଳ ହିଁ ଜୀବନ ଏବଂ ଏହି ଅମୂଲ୍ୟ

ପ୍ରାକୃତିକ ସମ୍ପଦର ସୁରକ୍ଷା ତଥା ସଦୁପଯୋଗ ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ। ଯଶସ୍ୱୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ମାର୍ଗଦର୍ଶନରେ ଆମ ସରକାର 'ଜଳ ଜୀବନ ମିଶନ' ମାଧ୍ୟମରେ ରାଜ୍ୟର

ପ୍ରତିଟି ଗ୍ରାମ ଓ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରୟାସରତ।

ଏଥିସହ ପାଣି ପଞ୍ଚାୟତ ସଶକ୍ତୀକରଣ ଏବଂ ନୂତନ ଜଳସେଚନ ପ୍ରକଳ୍ପ ଜରିଆରେ ଚାଷୀ ଭାଇମାନଙ୍କୁ

ସମୃଦ୍ଧ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ଆସନ୍ତୁ, ଜଳ ସଂରକ୍ଷଣକୁ ଏକ

ଜନ ଆନ୍ଦୋଳନରେ ପରିଣତ କରି ଏକ 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ

ସାମୂହିକ ପ୍ରୟାସ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande