
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଜନ୍ମଦିନର ଶୁଭେଚ୍ଛା
ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, କେନ୍ଦ୍ର ଜନଜାତୀୟ କାର୍ଯ୍ୟ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଜୀଙ୍କୁ ଜନ୍ମଦିନର
ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ଜନଜାତି ସମାଜର ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଆପଣଙ୍କର
ଦକ୍ଷ ନେତୃତ୍ୱ ଏବଂ ନିଷ୍ଠାପର ପ୍ରୟାସ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ମହାପ୍ରଭୁ ଶ୍ରୀ
ଜଗନ୍ନାଥ ଆପଣଙ୍କୁ ସର୍ବଦା ସୁସ୍ଥ ରଖନ୍ତୁ, ଦୀର୍ଘାୟୁ କରନ୍ତୁ ଏବଂ ଜନସେବା ପଥରେ ନିରନ୍ତର ସଫଳତା ପ୍ରଦାନ
କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା