
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.) - ଦୀର୍ଘ ସମୟ ସେବା ଦେଇଥିବା ଶାସନମୁଖ୍ୟ ଭାବେ ଏକ
ଐତିହାସିକ କୀର୍ତ୍ତିମାନ ସ୍ଥାପନକରିଛନ୍ତି ପିଏମ
ମୋଦି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ଜନସେବା ପରମ୍ପରାରେ ଏକ ଅଦ୍ୱିତୀୟ ଏବଂ ଗୌରବମୟ ଅଧ୍ୟାୟ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି, ଆଦରଣୀୟ ଶ୍ରୀ
ନରେନ୍ଦ୍ର ମୋଦୀ ଜୀ ଦେଶର ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେବା ଦେଇଥିବା ଶାସନମୁଖ୍ୟ ଭାବେ
ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଠାରୁ ଭାରତର
ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର 8,931 ଦିନର ନିରନ୍ତର ଜନସେବା, ‘ରାଷ୍ଟ୍ର ପ୍ରଥମ’ର ଅତୁଟ ସଂକଳ୍ପ, ଦୃଢ଼ ନେତୃତ୍ୱ ଏବଂ ନିଷ୍କଳଙ୍କ କାର୍ଯ୍ୟଶୈଳୀର
ଶକ୍ତିଶାଳୀ ପ୍ରମାଣ ଅଟେ।
ଏହି ସଫଳତା କେବଳ ସମୟର ନୁହେଁ, ବରଂ ବିଶ୍ୱାସ, ଦୃଢତା ଏବଂ ସେବା-ସମର୍ପଣର ସେହି ଦୁର୍ଲଭ ଯାତ୍ରାର
ପ୍ରତୀକ, ଯେଉଁଠାରେ ନେତୃତ୍ୱ
କାର୍ଯ୍ୟରେ ପ୍ରକାଶ ପାଏ ଏବଂ ସେବା ହିଁ ସର୍ବୋଚ୍ଚ ଧର୍ମ ହୋଇଯାଏ।
ଏହି ଗୌରବମୟ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା