
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଯିଏ ବି ଦଳ ବିରୋଧରେ ଯିବ ତାଙ୍କ ବିରୋଧରେ
କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡ଼ି ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, ଦଳର ସମ୍ବିଧାନରେ ଅଛି
ଶୃଙ୍ଖଳା ଭାଙ୍ଗି ଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ରାଜ୍ୟସଭାରେ ଏଜେଣ୍ଟ ଲେଖିକି ଦେଇଛନ୍ତି
। ଏହା ସହ ଗଣମାଧ୍ୟମରେ ମଧ୍ୟ ସେମାନେ ବିବୃତି ରଖିଛନ୍ତି । କାରଣ ଦର୍ଶାଅ ନୋଟିସର ଉତ୍ତର
ସନ୍ତୋଷ ଜନକ ନଥିଲା । ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା । ନବୀନ
ବାବୁ ରାଜନୈତିକ ବ୍ୟାପାର କମିଟି ଡାକିକି କଥା ହେଲେ କମିଟି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ
କଲେ । ତେଣୁ ନିଲମ୍ବନ କରାଗଲା । ଦଳର କଲେକ୍ଟିଭ ନିଷ୍ପତ୍ତିକୁ ମାନି ନଥିବାରୁ ସଭ୍ୟ ପଦ
କାହିଁକି ରଦ୍ଦ କର ନଯିବ ସେ ନେଇ ବାଚସ୍ପତିଙ୍କ ପାଖରେ ବିଜେଡି ଆବେଦନ କରିବ । ଏହାସହ
ରାଜ୍ୟସଭାରେ 2 ବିଧାୟକଙ୍କୁ ଦ୍ଵିତୀୟ ବାଲଟ ଦିଆଯାଇଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ
ବାଚସ୍ପତି ଏବଂ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବିଜେଡି । ବିଧାୟକଙ୍କୁ ନିଲମ୍ବନ କଲେ
କାହାର ଫାଇଦା କାହାର କ୍ଷତି ତାହା ଗୁରୁତ୍ୱପୂର୍ଣ ନୁହେଁ, ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଗୁରୁତ୍ୱପୂର୍ଣ, ସେମାନେ ପାର୍ଟି ଲାଇନରୁ ବିଚ୍ୟୁତ ହେଲେ, ଯିଏ ବି ଦଳ ବିରୋଧରେ ଯିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ନିଆଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା