ଶରତ କୁମାର ଦେହୁରୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଶରତ କୁମାର ଦେହୁରୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୋର ସାଥୀରେ କାର୍ଯ୍ୟ କରିଥିବା ଘନିଷ୍ଠ ସହଯୋଗୀ ଶ୍ରୀ ଶରତ କୁମାର ଦେହୁର
ଶରତ କୁମାର ଦେହୁରୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର     ପ୍ରଧାନ


ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଶରତ କୁମାର ଦେହୁରୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି

ଯେ, ମୋର ସାଥୀରେ କାର୍ଯ୍ୟ କରିଥିବା ଘନିଷ୍ଠ ସହଯୋଗୀ ଶ୍ରୀ ଶରତ କୁମାର ଦେହୁରୀଙ୍କ ବିୟୋଗ ଖବର

ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଅତ୍ୟନ୍ତ ସରଳ, ମିଷ୍ଟଭାଷୀ ଓ ପରିଶ୍ରମୀ ବ୍ୟକ୍ତି ଥିଲେ । ମୋର

ପରିବାର ତଥା ପୂଜ୍ୟ ପିତା ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱରେ

ଥିବା ସମୟରେ ଶ୍ରୀ ଦେହୁରୀ ମଧ୍ୟ ତାଙ୍କ ପାଇଁ କାର୍ଯ୍ୟ କରିଥିଲେ ; ତାଙ୍କର ସେହି ସେବା, ନିଷ୍ଠା ଓ

କାର୍ଯ୍ୟଦକ୍ଷତା ଥିଲା ଅତୁଳନୀୟ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜଣେ ବିଶ୍ୱସ୍ତ ସହଯୋଗୀ ଭାବେ

ସେ ନିଜର ଆନ୍ତରିକତା ଦ୍ୱାରା ସମସ୍ତଙ୍କ ମନ ଜିତିପାରିଥିଲେ । ତାଙ୍କର ଅମାୟିକ ବ୍ୟବହାର ଓ

ସେବା ମନୋଭାବ ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ଅକାଳ ବିୟୋଗ ଆମ ପରିବାର ପାଇଁ ଏକ

ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ

ସମବେଦନା ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande