
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ
ସଙ୍ଗୀତ 'ଦୁର୍ଗତି ନାଶିନୀ
ମା’ ' କୁ ସେୟାର କରିଥିବାରୁ
ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ
ଦୀପ୍ତିରେଖା ପାଢ଼ୀଙ୍କ କଣ୍ଠଦାନରେ ପ୍ରସ୍ତୁତ ଭକ୍ତି ସଙ୍ଗୀତ 'ଦୁର୍ଗତି ନାଶିନୀ
ମା’ ' କୁ ସାମାଜିକ
ଗଣମାଧ୍ୟମରେ ସେୟାର କରି ଓଡ଼ିଶାର କଳା ଓ ସଂସ୍କୃତିକୁ ସମ୍ମାନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶେଷ ଧନ୍ୟବାଦ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “ମା'ଙ୍କ ଭକ୍ତିରେ
ବିରାଟ ଶକ୍ତି ରହିଛି ଏବଂ ଏହି ବନ୍ଦନା ଶ୍ରଦ୍ଧାଳୁଙ୍କ ମନରେ ସକାରାତ୍ମକ ଶକ୍ତି ଭରିଦିଏ” ବୋଲି
ପ୍ରଧାନମନ୍ତ୍ରୀଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା ଆମ ଆଧ୍ୟାତ୍ମିକ ଚେତନାକୁ ଆହୁରି ସମୃଦ୍ଧ କରିଛି
। ଏହି ପବିତ୍ର ଦିନରେ ଏଭଳି ଏକ ଭକ୍ତିମୟ ପ୍ରସ୍ତୁତି ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା