ଭଅଁରା ପଂଚାୟତରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ଧର୍ମଶାଳା,୨୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବରୀ ବ୍ଲକ ଭଅଁରା ପଂଚାୟତସ୍ଥ ଶ୍ରୀଶ୍ରୀ ନନ୍ଦଲାଲ ଜିଉ ମଠ ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ କରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାନୀୟ ଅଂଚଳର ବରିଷ୍ଠ ଶିକ୍ଷାବିତ୍ ବାନେଶ୍ୱର ତ୍ରିପାଠୀ ଅୁନଷ୍ଠାନିକଭାବେ ଉଦଘାଟନ କରିଥିଲେ। ଏଥି
ଭଅଁରା ପଂଚାୟତରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ଧର୍ମଶାଳା,୨୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ବରୀ ବ୍ଲକ ଭଅଁରା ପଂଚାୟତସ୍ଥ ଶ୍ରୀଶ୍ରୀ ନନ୍ଦଲାଲ ଜିଉ ମଠ ପ୍ରାଙ୍ଗଣରେ ଏକ ମାଗଣା ସ୍ୱାସ୍ଥ୍ୟ କରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାନୀୟ ଅଂଚଳର ବରିଷ୍ଠ ଶିକ୍ଷାବିତ୍ ବାନେଶ୍ୱର ତ୍ରିପାଠୀ ଅୁନଷ୍ଠାନିକଭାବେ ଉଦଘାଟନ କରିଥିଲେ। ଏଥିରେ ୭୦ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇ ସେମାନଙ୍କ ରକ୍ତ ପରୀକ୍ଷା ଓ ରକ୍ତ ଚାପ ପରୀକ୍ଷା କରିଥିଲେ। ଏଲଟି ସ୍ୱର୍ଣ୍ଣମୟୀ ସାମଲ ଓ ଏନଏମ ମେନେକା ମହାରଣା ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସାମଜିକ କର୍ମୀ ବିଶ୍ୱଭୂଷଣ ଜେନା ଓ ମହାରାଜ ରାମେଶ୍ୱର ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande