
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ଲୋକସେବା
ଭବନ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ
ବିଷୟ ସମ୍ପର୍କରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ
ବିଶେଷକରି ସରକାରୀ ହସ୍ପିଟାଲ ଗୁଡିକରେ ଅଗ୍ନି ନିରାପତ୍ତା ନିୟମକୁ କଡ଼ାକଡ଼ି ଭାବେ ପାଳନ
କରିବା ସହ ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ସମୟ ସମୟରେ ନିରୀକ୍ଷଣ
କରିବା, ଅଗ୍ନି ସୁରକ୍ଷା
ମାନର ସଠିକ ଭାବେ ପାଳନ କରିବା ନିମନ୍ତେ ଅଧିକାରୀଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ ପରାମର୍ଶ
ଦେଇଛନ୍ତି।
ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ
ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ। ବୈଠକରେ ଆଲୋଚିତ
ବିଷୟଗୁଡ଼ିକୁ ଗୁରୁତ୍ୱ ସହ କାର୍ଯ୍ୟକାରୀ କରିବା ଓ ସମୟୋପଯୋଗୀ ପଦକ୍ଷେପ ନେବା ପାଇଁ
ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା