ଝାଲପଡ଼ା ମସଜିଦ୍ କମିଟି ପକ୍ଷରୁ ଇଦ୍ ମିଲନ ଉତ୍ସବ
ଧର୍ମଶାଳା,୨୨ ମାର୍ଚ୍ଚ(ହି.ସ.) – ହସ ଉଲ୍ଲାସର ପାଳିତ ହୋଇଛି ସଂଖ୍ୟାଲଘୁ ଭାଇମାନଙ୍କର ଇଦୁଲଫିତର। ଏକ ମାସ ଓଷା ରଖିବା ପରେ ପାଳିତ ହୋଇଛି ଇଦ୍। ଏହି କ୍ରମରେ ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡା ପଂଚାୟତସ୍ଥ ଝାଲପଡା ମସଜିଦ୍ ପଡିଆରେ ଇଦ୍ ମିଲନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଝାଲପଡା ମସଜିଦ୍ କମିଟି ଆନୁ
ଝାଲପଡା ମସଜିଦ୍ କମିଟି ପକ୍ଷରୁ ଇଦ୍ ମିଲନ ଉତ୍ସବ


ଧର୍ମଶାଳା,୨୨ ମାର୍ଚ୍ଚ(ହି.ସ.) – ହସ ଉଲ୍ଲାସର ପାଳିତ ହୋଇଛି ସଂଖ୍ୟାଲଘୁ ଭାଇମାନଙ୍କର ଇଦୁଲଫିତର। ଏକ ମାସ ଓଷା ରଖିବା ପରେ ପାଳିତ ହୋଇଛି ଇଦ୍। ଏହି କ୍ରମରେ ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡା ପଂଚାୟତସ୍ଥ ଝାଲପଡା ମସଜିଦ୍ ପଡିଆରେ ଇଦ୍ ମିଲନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଝାଲପଡା ମସଜିଦ୍ କମିଟି ଆନୁକୂଲ୍ୟରେ ଏହି ଉତ୍ସବରେ କମିଟିର ସଭାପତି ସେକ୍ ସଲିମଙ୍କ ସଭାପିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ସାମାଜିକ କର୍ମୀ ମଂଟୁ ଦାସ, ଝାଲପଡା ପଂଚାୟତର ସମିତିସଭ୍ୟ ନିର୍ମଳ ସାମଲ, ଶିକ୍ଷାବିତ ଦାମୋଦର ସାହୁ ଓ ଶିକ୍ଷକ ବିଷ୍ଣୁ ଚରଣ ପାତ୍ର ପ୍ରମୁଖ ଯୋଗ ଦେଇ ସମସ୍ତ ସଂଖ୍ୟାଲଘୁ ଭାଇମାନଙ୍କୁ ଇଦ୍ର ଶୁଭେଚ୍ଛା ଜଣାଇବା ସହିତ ଏଭଳି ଭାଇଚାରା ସବୁ ଦିନ ବଜାୟ ରହିବ ବୋଲି ମତବ୍ୟକ୍ତ କରିଥିଲେ। କମିଟିର ସମ୍ପାଦକ ସେକ୍ ଅସନାନ୍ ଅଲ୍ଲୀ,ସଦସ୍ୟ କବୀର ଅଲ୍ଲୀ, ସାହିଦ୍ ଅକ୍ତର, ନୁର ମହମ୍ମଦ, ସେକ୍ ତାରିକ୍ ଓ ସେକ୍ ସଗିର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉତ୍ସବରେ ପଂଚାୟତ ଶହଶହ ହିନ୍ଦୁଭାଇମାନେ ଯୋଗ ଦେଇ ସଂଖ୍ୟାଲଘୁ ଭାଇମାନଙ୍କୁ ଇଦର ଅଭିନନ୍ଦନ ଜଣାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande