ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ମହାମିଶ୍ରଣ ଉତ୍ସବ : ଯୋଗ ଦେଲେ ଶହଶହ କର୍ମକର୍ତା
ଧର୍ମଶାଳା,୨୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଭବନ ପରିସରରେ ଆଜି ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନୂତନ ଦଳଭାବେ ଗଢି ତୋଳିଥିବା ମହମ୍ମଦ ମୋକିମଙ୍କ ଏହି ପାର୍ଟିର ଯାଜପୁର ଜିଲାରେ ପ୍ରଥମ ମହାମିଶ୍ରଣ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶତ
ଓଡିଶା ଜନତା କଂଗ୍ରେସ ପାର୍ଟିର ମହାମିଶ୍ରଣ ଉତ୍ସବ : ଯୋଗ ଦେଲେ ଶହଶହ କର୍ମକର୍ତା


ଧର୍ମଶାଳା,୨୨ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଭବନ ପରିସରରେ ଆଜି ଓଡିଶା ଜନତା କଂଗ୍ରେସ ପାର୍ଟି ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନୂତନ ଦଳଭାବେ ଗଢି ତୋଳିଥିବା ମହମ୍ମଦ ମୋକିମଙ୍କ ଏହି ପାର୍ଟିର ଯାଜପୁର ଜିଲାରେ ପ୍ରଥମ ମହାମିଶ୍ରଣ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ମହମ୍ମଦ ମୋକିମଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ମୋକିମଙ୍କ ସମେତ ଜିଲାର ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ। ଯାଜପୁର ଜିଲାର ୭ଗୋଟି ନିର୍ବାଚନ ମଣ୍ଡଳୀରୁ ବହୁ ଦଳରୁ ଆସିଥିବା ନେତା ଓ କର୍ମୀମାନଙ୍କୁ ଓଡିଶା ଜନତା କଂଗ୍ରେସ ପାର୍ଟିରେ ସାମିଲ କରାଯାଇଥିଲା। ମୋକିମ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ। ଯାଜପୁର ଜିଲାରେ ଯେଉଁ ଭଳି ଲଘୁ ଖଣିଜ ସମ୍ପଦ ଲୁଟ ଚାଲିଛି ସେ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ। ଧିରେ ଧିରେ କଂଗ୍ରେସ ରାଜ୍ୟରୁ ଲୋପ ପାଇ ଗଲାଣି। ଆଗାମୀ ଦିନରେ ସମସ୍ତ ଜିଲାରେ ଏହି ଭଳିଭାବେ ମହା ମିଶ୍ରଣ ଅନୁଷ୍ଠିତ ହେବ। ଆଗାମୀ ଦିନରେ ଏହି ଦଳ ମୁଖ୍ୟ ବିରୋଧୀ ଦଳଭାବେ ସାମ୍ନାକୁ ଆସିବ ବୋଲି ଦଳ ସଭାପତି ମହମ୍ମଦ ମୋକିମ କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande