ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର, କହିଲେ ୩ ବିଧାୟକ କଟକକୁ କଳଙ୍କିତ କଲେ
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ୩ ବିଧାୟକ କଟକକୁ କଳଙ୍କିତ କଲେ ବୋଲି ସେ କହିଛନ୍ତି । କଟକ ଜିଲ୍ଲାର ୩ ବିଧାୟକ ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳ
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଲେ କଟକ ମେୟର, କହିଲେ ୩ ବିଧାୟକ କଟକକୁ କଳଙ୍କିତ କଲେ


ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଛନ୍ତି

କଟକ ମେୟର ସୁବାସ ସିଂ । ୩ ବିଧାୟକ କଟକକୁ କଳଙ୍କିତ କଲେ ବୋଲି ସେ କହିଛନ୍ତି । କଟକ ଜିଲ୍ଲାର

୩ ବିଧାୟକ ସୌଭିକ ବିଶ୍ବାଳ, ଦେବୀରଞ୍ଜନ

ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ । ଏମାନେ ଯେଭଳି ବିଶ୍ବାସଘାତ କରିଛନ୍ତି, ରାଜ୍ୟବାସୀ କେବେ

କ୍ଷମା ଦେବେନି । ଆଗକୁ ଏମାନେ ଖତ ହୋଇଯିବେ କହିଛନ୍ତି ସୁବାସ ସିଂ । ୨ ବର୍ଷ ତଳୁ ଏମାନେ

ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ, ଏବେ ସାମ୍ନାକୁ

ଆସିଲା । ଦମ୍ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ନ୍ତୁ । କେବଳ ନିଜ ଅପକର୍ମକୁ

ଲୁଚାଇବା ପାଇଁ ବିଜୁ ଲିଗାସି କଥା କହୁଛନ୍ତି ବୋଲି ମେୟର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande