
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ନିଲମ୍ବନ ପରେ ବିଜେଡ଼ି ଉପରେ ବର୍ଷିଲେ ବିଧାୟକ ସୌଭିକ
ବିଶ୍ଵାଳ । କହିଲେ, ମୁଁ ଭାବିଥିଲି
ମୋତେ ବାହାର କରିଦେବେ କିନ୍ତୁ ଦଳ ମୋତେ ସସପେଣ୍ଡ କଲା । ଆମେ ଦଳ ବିରୋଧରେ କେବେ ଯାଇନୁ ।
ପ୍ରଭାତ ବିଶ୍ୱାଳ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ
ନକରିବା ପାଇଁ ହେଲେ ନବୀନ ବାବୁ ପ୍ରଭାତ ବିଶ୍ୱାଳଙ୍କ କଥା ଶୁଣି ନଥିଲେ ।
ସେ କହିଛନ୍ତି ଯେ, ମୁଁ ନବୀନ ବାବୁଙ୍କୁ ଆଗରୁ ମନା କରିଥିଲି, ଯେ ବିଜେଡ଼ି ସପକ୍ଷରେ ଭୋଟ ଦେବି ନାହିଁ । ତେଣୁ ମୁଁ
ବିଶ୍ୱାସଘାତକତା କେମିତି କଲି । ନବୀନ ବାବୁଙ୍କ ଦସ୍ତଖତକୁ ନେଇ ବିଶ୍ୱାସରେ ବିଷ ଦିଆଯାଇ ନାହିଁ
ତ ! ପ୍ରତ୍ୟେକ ବିଜୁ ପ୍ରେମୀଙ୍କ ମନରେ ପ୍ରଶ୍ନ , କାହିଁକି ଓଡ଼ିଶା
ବାହାରେ ବିଜୁ ବାବୁଙ୍କ ନାଁରେ ଟ୍ରଷ୍ଟ କରାଯାଉଛି । ମୋ ବାପାଙ୍କୁ ଯେଉଁଭଳି ଭାବରେ ଅତ୍ୟାଚାର
କରାଯାଇଛି , ତାହାକୁ ସହ୍ୟ କରି ହେବ ନାହିଁ ବୋଲି ସୌଭିକ
କହିଛନ୍ତି । ସେ କହିଛନ୍ତି ଯେ, ଆପଣ ଯେଉଁ ଭଳି ଭାବରେ ବାପାଙ୍କୁ ବହିଷ୍କାର କରିଛନ୍ତି ମୁଁ
ଆପଣଙ୍କ ନିଷ୍ପତିରେ ସହଯୋଗ କରିପାରିବି ନାହିଁ। ଯଦି ମୋ ବାପାଙ୍କ ପାଇଁ ମୋତେ ଗୁଳି ବି ମରାଯାଏ
ତେବେ ମୋତେ ମୋକ୍ଷ ପ୍ରାପ୍ତି ହେବ । ତେବେ ଆଜି ନୁହେଁ ୩ ଦଶନ୍ଧି ଧରି ବିଜେଡି ପାଇଁ ମୋ ବାପା
କାମ କରୁଥିଲେ ତେବେ ମୋ ପାଇଁ ଯାହା ନିଷ୍ପତି ନେଲେ ମୁଁ ତାକୁ ଗ୍ରହଣ କରୁଛି । ଘୋଡ଼ା ବେପାର ଓ
ପ୍ରଭାତ ବିଶ୍ୱାଳ ଦୁଇଟି ଅଲଗା ଅଲଗା ରାସ୍ତା । ନା ଆଜି ନା ଆଗରୁ ଆମେ କେହି ଘୋଡ଼ା ବେପାରରେ
ସାମିଲ ନଥିଲୁ । ନବୀନ ବାବୁ ମୋ ଜେଜେଙ୍କ ବୟସର ହେବେ, କିନ୍ତୁ ତାଙ୍କ
ପାଖରେ ଥିବା ନେତା ମୋ ବାପାଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ର କରିଛନ୍ତି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା