ଉପ ନିର୍ବାଚନ ସୁପରିଚାଳନା ପାଇଁ ୧୦୮ କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ
ନୂଆପଡ଼ା, ୨୫ ମାର୍ଚ୍ଚ (ହି.ସ.)- ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ–୨୦୨୫ର ସଫଳ ପରିଚାଳନା ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ୧୦୮ ଜଣ କର୍ମଚାରୀଙ୍କୁ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଜିଲ୍ଲା
108 employees meeting


ନୂଆପଡ଼ା, ୨୫ ମାର୍ଚ୍ଚ (ହି.ସ.)- ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ–୨୦୨୫ର ସଫଳ ପରିଚାଳନା ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ୧୦୮ ଜଣ କର୍ମଚାରୀଙ୍କୁ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ତାଙ୍କର ବାର୍ତ୍ତାରେ କହିଥିଲେ ଯେ ପ୍ରଶାସନର ଅନ୍ୟନାମ ହେଉଛି ଗତିଶୀଳତା ଓ ସମ୍ବେଦନଶୀଳତା। କଷ୍ଟସାଧ୍ୟ ପରିସ୍ଥିତି ସତ୍ତ୍ୱେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ସହ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାରେ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ, ଦଳଗତ ମନୋଭାବ ଓ ଦିନରାତି ପରିଶ୍ରମ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ସେ ଆହୁରି କହିଥିଲେ ଯେ ନୂଆପଡ଼ା ଜିଲ୍ଲା ପ୍ରଶାସନ ନିର୍ବାଚନ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଲାଭ କରିଥିବା ସହ ରାଜ୍ୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛି। ସେହି ଜାତୀୟ “ଶ୍ରେଷ୍ଠ ନିର୍ବାଚନ ପରିଚାଳନା” ପୁରସ୍କାରକୁ ସମସ୍ତ ନିର୍ବାଚନ କର୍ମଚାରୀଙ୍କୁ ଉତ୍ସର୍ଗ କରିଥିଲେ।

ଏହି ସମ୍ମାନ ନୂଆପଡ଼ା ଜିଲ୍ଲା ପ୍ରଶାସନର ପେଷାଦାରିତା, ସୁଦୃଢ ସମନ୍ୱୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମର୍ପଣକୁ ପ୍ରତିଫଳିତ କରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଡେପୁଟି କଲେକ୍ଟର ଶେଖ୍ ନସିମ୍ (ନିର୍ବାଚନ) ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande