ଏସସିବି ଘଟଣାରେ କାହାକୁ ଘଂଟ ଘୋଡାଯାଉନି- ଟଙ୍କଧର ତ୍ରିପାଠୀ
ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ଏସସିବି ଘଟଣାରେ କାହାକୁ ଘଂଟ ଘୋଡାଯାଉନି ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଯେ, ନିଆଁ ଲାଗିବା ମାତ୍ରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଏସସିବିମେଡିକାଲ ଯାଇଥିଲେ । ଦୁଇଟି କମିଟି କରାଯାଇଛି ।
ଏସସିବି ଘଟଣାରେ କାହାକୁ ଘଂଟ ଘୋଡାଯାଉନି- ଟଙ୍କଧର ତ୍ରିପାଠୀ


ଭୁବନେଶ୍ୱର, 26 ମାର୍ଚ୍ଚ (ହି.ସ.)- ଏସସିବି ଘଟଣାରେ କାହାକୁ ଘଂଟ ଘୋଡାଯାଉନି ବୋଲି

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଯେ, ନିଆଁ ଲାଗିବା

ମାତ୍ରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଏସସିବିମେଡିକାଲ ଯାଇଥିଲେ । ଦୁଇଟି କମିଟି କରାଯାଇଛି । ବିଚାର ବିଭାଗୀୟ

ତଦନ୍ତ ହେଉଛି । ରିପୋର୍ଟ ଦେବାକୁ ସମୟସୀମା ଧାର୍ଯ୍ୟ ହୋଇଛି । ଦିନ ଦିନ ଧରି ଗଡିବନି ତଦନ୍ତ ।

କାହାକୁ ଘଣ୍ଟ ଘୋଡା ଯାଉନି । ଯିଏ ଦୋଷୀ, ତଦନ୍ତ ରିପୋର୍ଟ

ଆଧରରେ କାର୍ଯ୍ୟାନୁଷ୍ଠାନ ହେବ । ହେଲେ ଏଥିପାଇଁ ଏକ ପ୍ରକ୍ରିୟା ଅଛି । ନବୀନ ପଟ୍ଟନାୟକଙ୍କ

ସମୟରେ ତାଙ୍କର ଅନେକ ମନ୍ତ୍ରୀମାନଙ୍କ ନାଁରେ ଅପରାଧିକ ମାମଲା ଆସିଥିଲା । ସେମାନେ କଣ ଇସ୍ତଫା

ଦେଇଥିଲେ କି ବୋଲି ପ୍ରଶ୍ନ ଉଠାଇଛନ୍ତି ଟଙ୍କଧର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande