ପୋଲିସର ସାଇବର୍ ସଚେତନତା କାର୍ଯ୍ୟକ୍ରମରେ ଟିଫିନ୍ ଖାଇ ୪୦ ଛାତ୍ରୀଛାତ୍ରୀ ଅସୁସ୍ଥ
ରାଉରକେଲା, ୨୬ ମାର୍ଚ୍ଚ (ହି.ସ.)- ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ସଲଙ୍ଗାବୁଡ ହାଇସ୍କୁଲରେ ପୋଲିସ ଦ୍ୱାରା ଆୟୋଜିତ ସାଇବର୍ ସଚେତନତା କାର୍ଯ୍ୟକ୍ରମରେ ଟିଫିନ୍ ଖାଇ ୪୦ ଜଣ ଛାତ୍ରୀଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସେଥିମଧ୍ୟରୁ ୧୯ ଜଣ ଗୁରୁତର ଥିବା ବେଳେ ୨୧ରୁ ଉର୍ଦ୍ଧ୍ୱ ଛାତ
ପୋଲିସର ସାଇବର୍ ସଚେତନତା କାର୍ଯ୍ୟକ୍ରମରେ ଟିଫିନ୍ ଖାଇ ୪୦ ଛାତ୍ରୀଛାତ୍ରୀ ଅସୁସ୍ଥ


ରାଉରକେଲା, ୨୬ ମାର୍ଚ୍ଚ (ହି.ସ.)- ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ସଲଙ୍ଗାବୁଡ ହାଇସ୍କୁଲରେ ପୋଲିସ ଦ୍ୱାରା ଆୟୋଜିତ ସାଇବର୍ ସଚେତନତା କାର୍ଯ୍ୟକ୍ରମରେ ଟିଫିନ୍ ଖାଇ ୪୦ ଜଣ ଛାତ୍ରୀଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସେଥିମଧ୍ୟରୁ ୧୯ ଜଣ ଗୁରୁତର ଥିବା ବେଳେ ୨୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି ।

ଗତକାଲି ଅପରାହ୍ନରେ ସୁନ୍ଦରଗଡ଼ ପୋଲିସ ଦ୍ୱାରା ସାଇବର୍ ଅପରାଧ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସଲଙ୍ଗାବୁଡ ହାଇସ୍କୁଲରେ ଆୟୋଜିତ ହୋଇଥିଲା । ତେବେ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ପାଇଁ ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଟିଫିନ୍ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଖୁସିରେ ପିଲାମାନେ ଟିଫିନ୍ ଖାଇଥିଲେ । କାର୍ଯ୍ୟକ୍ରମ ଶେଷ ପରେ ଛାତ୍ରଛାତ୍ରୀମାନେ ଘରକୁ ଯାଇ ପହଂଚିବା ପରେ ସେମାନଙ୍କ ମଧ୍ୟରୁ କେତେକ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଜଣକ ପରେ ଜଣେ ପିଲାଙ୍କୁ ଧରି ତାଙ୍କ ଅବିଭାବକ ନିକଟସ୍ଥ ଏନଟିପିସି ଡାକ୍ତରଖାନାରେ ପହଂଚି ଥିଲେ । ସେଠାରେ ୨୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲରୁ ରିଲିଜ୍ କରାଯାଇଥିବା ବେଳେ ୧୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା କରାଯାଉଛି । ଘଟଣା ପରେ ପିଲାମାନେ ଖାଇଥିବା ଟିଫିନ୍ କେଉଁ ଜାଗାରୁ ଆସିଥିଲା, କିଏ ତାକୁ କିଣିକରି ଆଣିଥିଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଅନ୍ୟପକ୍ଷରେ ଘଟଣାଟି ଉପବାଚସ୍ପତିଙ୍କ ନିର୍ବାଚନମଣ୍ଡଳି ତଲସରା ନିକଟବର୍ତି ହୋଇଥିବାରୁ ଘଟଣାକୁ ଗୁରୁତ୍ୱର ସହ ନେଇ ସରକାର ଏ ଦିଗରେ ଅଧିକ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande