


ବଲାଙ୍ଗିର, ୨୬ ମାର୍ଚ୍ଚ (ହି.ସ.)- ଆଜି ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନମନ୍ଦିର କଦମ୍ ପଡା ଶିଶୁ ବାଟିକା ବିଭାଗରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ପଟେଲ ଯୋଗଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ ଶ୍ରୀରାମଙ୍କ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ। ପରିଚାଳନା କମିଟିର ସଭାପତି ଡଃ. ଭବାନୀ ଶଙ୍କର ପଟେଲ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ଗୁରୁମା କୁମୁଦିନୀ ପୃଷ୍ଟିଙ୍କ ନିର୍ଦ୍ଦେଶନାରେ ଶ୍ରୀରାମଙ୍କ ଆଧାରିତ ଏକ ଗୀତାଭିନୟ ପରିବେଶିତ ହୋଇଥିଲା। ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ଅନୀତା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ