ଅଭୟ ପଣ୍ଡିତ ସଂସ୍କୃତ ଭାଷାର ବିନ୍ଧାଣୀ ଥିଲେ
କେନ୍ଦ୍ରାପଡ଼ା,୨୫ ମାର୍ଚ୍ଚ(ହି.ସ.) – ଅତୀତରେ ଶିକ୍ଷକମାନେ ଶିକ୍ଷାଦାନ ବାସ୍ନାରେ ବାସୁଥିଲେ। ଶିକ୍ଷାଦାନ ଏକ ମହତ ଦାନ ବୋଲି ଆଦର୍ଶ ପଣ୍ଡିତ ଅଭୟ ଚରଣ ଦାଶ ନିଜ ହାତରେ ଅନେକ ଛାତ୍ରଙ୍କୁ ମଣିଷ ପରି ମଣିଷ ଗଢ଼ି ତୋଳି ଆଜି ନିକିରାଇ ଅଂଚଳରେ ଅମର ହୋଇଯାଇଛନ୍ତି। ସଂସ୍କୃତ ଭାଷାକୁ ବିଦ୍ୟାର୍ଥୀ ମହଲରେ ଆକ
ଅଭୟ ପଣ୍ଡିତ ସଂସ୍କୃତ ଭାଷାର ବିନ୍ଧାଣୀ ଥିଲେ


କେନ୍ଦ୍ରାପଡ଼ା,୨୫ ମାର୍ଚ୍ଚ(ହି.ସ.) – ଅତୀତରେ ଶିକ୍ଷକମାନେ ଶିକ୍ଷାଦାନ ବାସ୍ନାରେ ବାସୁଥିଲେ। ଶିକ୍ଷାଦାନ ଏକ ମହତ ଦାନ ବୋଲି ଆଦର୍ଶ ପଣ୍ଡିତ ଅଭୟ ଚରଣ ଦାଶ ନିଜ ହାତରେ ଅନେକ ଛାତ୍ରଙ୍କୁ ମଣିଷ ପରି ମଣିଷ ଗଢ଼ି ତୋଳି ଆଜି ନିକିରାଇ ଅଂଚଳରେ ଅମର ହୋଇଯାଇଛନ୍ତି। ସଂସ୍କୃତ ଭାଷାକୁ ବିଦ୍ୟାର୍ଥୀ ମହଲରେ ଆକୃଷ୍ଟ କରାଇବାର ପ୍ରମୁଖ ଭୂମିକା ଲିଭାଇଥିଲେ ବୋଲି ସ୍ୱର୍ଗତ ସଂସ୍କୃତ ପଣ୍ଡିତ ଅଭୟ ଚରଣ ଦାଶଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଜନ୍ମସ୍ଥାନ ନିକିରାଇ ହନୁମାନଜୀୟୁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସ୍ମୃତି ସଭାରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ସ୍ମୃତିଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ ଡଃ ସିପ୍ରା ମଲ୍ଲିକ, ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ବିଜେଡି ଜିଲ୍ଲା ସଭାପତି ଶିବ ପ୍ରସାଦ ଭଳ, ଶିକ୍ଷାବିତ ରଜନୀକାନ୍ତ ସିଂ, କବି ଅମର ପ୍ରସାଦ ରାଉତ, ସାମ୍ବାଦକ ପରେଶ ଦାସ, ଶିକ୍ଷକ ରଘୁନାଥ ରାଉତ, ରାଜେଶ ପଣ୍ଡା ଗଭିର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଅଭୟ ପଣ୍ଡିତଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ତାଙ୍କର ଶିକ୍ଷାଦାନ ସ୍ପର୍ଶ ପାଇ ଅନେକ ଛାତ୍ର ଶହେରୁ ଅନେଶତ ନମ୍ବର ରଖିବାକୁ ସକ୍ଷମ ହୋଇଥିଲେ। ମାଗଣାରେ ଘରେ ପାଠ ପଢ଼ାଇ ଛାତ୍ରଛାତ୍ରୀଙ୍କୁ ବିଦ୍ୱାନ କରି ଶିକ୍ଷା ଜଗତରେ ଆଦର୍ଶ ଶିକ୍ଷକର ମାନ୍ୟତା ପାଇଥିଲେ। ମିଷ୍ଠଭାଷୀ କର୍ମଠ ଅଭୟ ପଣ୍ଡିତଙ୍କ ବିୟୋଗ ନିକିରାଇ ତଥା କେନ୍ଦ୍ରାପଡ଼ା ପାଇଁ ବିଶେଷ କ୍ଷତି ବୋଲି ଅତିଥିମାନେ କହିଥିଲେ। ଶିକ୍ଷକ ନେତା ବଟକୃଷ୍ଣ ସାମଲ, ନିକେତନ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଆଲୋକ ସାହୁ, ରତ୍ନାକର ରାଉତ, ପଣ୍ଡିତ ରବିନାରାୟଣ ପତି, ବାସୁଦେବ ଜେନା, ସରୋଜ ପଣ୍ଡା, ପ୍ରଣବ ଜେନା, କୃପାସିନ୍ଧୁ ସାହୁ, ଶୈଳଜାଶଙ୍କ ସାମଲ, ବଟକୃଷ୍ଣ ସାମଲ, ହିରଣ୍ୟ ପଣ୍ଡା, ରଞ୍ଜନ ସାହୁ, ଜ୍ଞାନରଞ୍ଜନ ମହାନ୍ତି, କୁଳମଣି ରାଉତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande