ଇରାନରେ ବୋମାମାଡ, ଉଡିଲା ସ୍କୁଲ, ଇସ୍ରାଏଲରେ ବାଜିଲା ସାଇରନ୍, ଲେବାନନରେ ହମ୍ଲା, ମଧ୍ୟପୂର୍ବରୁ ପହଂଚିବେ ଆମେରିକୀୟ ପାରାଟ୍ରୁପ୍ସ
ତେହରାନ/ତେଲ ଆଭିଭ/ବେରୁତ/ୱାଶିଂଟନ, 25 ମାର୍ଚ୍ଚ (ହି.ସ.)। ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ 28 ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ବଢିବାରେ ଲାଗିଛି। ଏହି ଯୁଦ୍ଧର ଭୟାବହ ପରିସ୍ଥିତିରେ ଉପସାଗରୀୟ ଦେଶମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ତେ
ଇରାନରେ ବୋମାମାଡ, ଉଡିଲା     ସ୍କୁଲ, ଇସ୍ରାଏଲରେ ବାଜିଲା ସାଇରନ୍, ଲେବାନନରେ ହମ୍ଲା, ମଧ୍ୟପୂର୍ବରୁ ପହଂଚିବେ ଆମେରିକୀୟ     ପାରାଟ୍ରୁପ୍ସ


ତେହରାନ/ତେଲ

ଆଭିଭ/ବେରୁତ/ୱାଶିଂଟନ, 25 ମାର୍ଚ୍ଚ (ହି.ସ.)।

ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ 28 ଫେବୃଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ବଢିବାରେ

ଲାଗିଛି। ଏହି ଯୁଦ୍ଧର ଭୟାବହ ପରିସ୍ଥିତିରେ ଉପସାଗରୀୟ ଦେଶମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି।

ତେଲ ଓ ଗ୍ୟାସ ଉପରେ ନିର୍ଭରଶୀଳ ବିଶ୍ୱର ଅନ୍ୟ ଦେଶମାନଙ୍କ ମଧ୍ୟରେ ଏକ ଅଲଗା ସଙ୍କଟ ସୃଷ୍ଟି

ହୋଇଛି।

ଇରାନ ଓ ଇସ୍ରାଏଲ ସହିତ

ଲେବାନନର ଆକାଶରେ ମିସାଇଲ ଗର୍ଜନ କରୁଛି। ଇରାନରେ ହୋଇଥିବା ବୋମା ଆକ୍ରମଣରେ ଗୋଟିଏ ସ୍କୁଲ

ଧ୍ଵଂସ ହୋଇଯାଇଛି। ଇସ୍ରାଏଲର ମଧ୍ୟ ଅଞ୍ଚଳରେ ସାଇରନ ବାଜୁଛି। ଲେବାନନରେ ରକେଟ, ମିସାଇଲ ଓ ଡ୍ରୋନ ଆକ୍ରମଣ ଜାରି ରହିଛି।

ଏହି ସବୁ ମଧ୍ୟରେ ଆମେରିକୀୟ

ରକ୍ଷା ମୁଖ୍ୟାଳୟ (ପେଣ୍ଟାଗନ) ସଙ୍କେତ ଦେଇଛି ଯେ ମଧ୍ୟ ପୂର୍ବକୁ 82ତମ ଏୟାରବୋର୍ନ ଟୁକଡ଼ି

(ପ୍ୟାରାଟ୍ରୁପର୍ସ) ପଠାଇବାକୁ ଅନୁମତି ମିଳିଛି।

ଅଲ୍ ଜଜିରା, ଦ ଟାଇମ୍ସ ଅଫ୍ ଇସ୍ରାଏଲ ଓ ସିବିଏସ୍ ନ୍ୟୁଜର ଭିନ୍ନ-ଭିନ୍ନ

ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଆଜି ଭୋରରେ ଇରାନର ରାଜଧାନୀର ପୂର୍ବ ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି ଏବଂ

ଚାଲୁଥିବା ବୋମାବାରୁଦରେ ରହିବା ଘର ଓ ଗୋଟିଏ ସ୍କୁଲ ଧ୍ୱଂସ ହୋଇଯାଇଛି।

ଅନ୍ୟପଟେ, ଇସ୍ରାଏଲର ସେନା ଇରାନରୁ ଦେଶର ମଧ୍ୟ ଅଞ୍ଚଳ ଦିଗରେ ଛଡ଼ାଯାଇଥିବା

ପ୍ରକ୍ଷେପଣାସ୍ତ୍ରକୁ ଚିହ୍ନଟ କରିଛି। ଏହି ଆକ୍ରମଣ ପରେ ସମଗ୍ର ମଧ୍ୟ ଇସ୍ରାଏଲରେ ଆକ୍ରମଣ

ଆଲାର୍ମ ବାଜିଉଠିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande