ଦିଲ୍ଲୀର ୱାଲ୍ଡ ସିଟି ଅଂଚଳରେ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ର୍ୟାକେଟର ପର୍ଦ୍ଦାଫାସ, ୧୦ ଜଣ ଗିରଫ
ନୂଆଦିଲ୍ଲୀ, ୨୫ ମାର୍ଚ୍ଚ (ହି.ସ.)- ଦିଲ୍ଲୀ ପୋଲିସ କ୍ରାଇମବ୍ରାଂଚ ଏକ ପ୍ରମୁଖ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ କରିଛି ଏବଂ ୧୦ ଜଣଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ ପାକିସ୍ତାନ, ନେପାଳ ଏବଂ ବାଂଲାଦେଶ ସହିତ ଜଡିତ ନେଟୱାର୍କ ମାଧ୍ୟମରେ ଭାରତକୁ ଅବୈଧ ଅସ୍ତ୍ରଶସ୍ତ
ଦିଲ୍ଲୀର ୱାଲ୍ଡ ସିଟି ଅଂଚଳରେ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ର୍ୟାକେଟର ପର୍ଦ୍ଦାଫାସ, ୧୦ ଜଣ ଗିରଫ


ନୂଆଦିଲ୍ଲୀ, ୨୫ ମାର୍ଚ୍ଚ (ହି.ସ.)- ଦିଲ୍ଲୀ ପୋଲିସ କ୍ରାଇମବ୍ରାଂଚ ଏକ ପ୍ରମୁଖ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ କରିଛି ଏବଂ ୧୦ ଜଣଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ ପାକିସ୍ତାନ, ନେପାଳ ଏବଂ ବାଂଲାଦେଶ ସହିତ ଜଡିତ ନେଟୱାର୍କ ମାଧ୍ୟମରେ ଭାରତକୁ ଅବୈଧ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିଲା। ଅଭିଯୁକ୍ତଙ୍କଠାରୁ ପୋଲିସ ଏକ ସବ୍-ମସିନ ଗନ୍ ସମେତ ୨୧ଟି ଅତ୍ୟାଧୁନିକ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ୨୦୦ ଜୀବନ୍ତ କାର୍ଟ୍ରିଜ୍ ଜବତ କରିଛି।

ଡିସିପି କ୍ରାଇମବ୍ରାଂଚ ସଞ୍ଜୀବ କୁମାର ଯାଦବଙ୍କ ଅନୁଯାୟୀ, ଏହି ଗ୍ୟାଙ୍ଗ ପୁରୁଣା ଦିଲ୍ଲୀର ୱାଲ୍ଡ ସିଟି ଅଂଚଳ, ବିଶେଷକରି ଜାମା ମସଜିଦ ଅଂଚଳରୁ କାର୍ଯ୍ୟ କରୁଥିଲା। ଅଭିଯୁକ୍ତମାନେ ସଂକୀର୍ଣ୍ଣ ରାସ୍ତା ଏବଂ ଜନଗହଳିପୂର୍ଣ୍ଣ ଅଂଚଳର ସୁଯୋଗ ନେଇ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଏବଂ ଯୋଗାଣ କରୁଥିଲେ। ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ଏନକ୍ରିପ୍େଟଡ୍ ମେସେଜିଂ ଆପ୍ ଏବଂ ଠକ୍ଟଓଚ କଲ୍ ବ୍ୟବହାର କରୁଥିଲେ ଏବଂ ବାରମ୍ବାର ସିମ୍ କାର୍ଡ ଏବଂ ମୋବାଇଲ୍ ଫୋନ୍ ପରିବର୍ତନ କରୁଥିଲେ। ହାୱାଲା ମାଧ୍ୟମରେ ପେମେଂଟ କରାଯାଉଥିଲା।

ଇନ୍ସପେକ୍ଟର ମାନ ସିଂହ, ଇନ୍ସପେକ୍ଟର ଅରବିନ୍ଦ ସିଂହ ଏବଂ ଇନ୍ସପେକ୍ଟର ସୁନ୍ଦର ଗୌତମଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ ଦଳ ନିରନ୍ତର ବୈଷୟିକ ନିରୀକ୍ଷଣ ଏବଂ ସୂଚନାଦାତାଙ୍କ ସହାୟତାରେ ସମଗ୍ର ନେଟୱାର୍କକୁ ଟ୍ରାକ୍ କରିଥିଲେ। ମାର୍ଚ୍ଚ ୧୩-୧୪ ତାରିଖରେ ଦରିଆଗଞ୍ଜର ବ୍ରିଜମୋହନ ଚୌକ ନିକଟରେ ଏକ ଜାଲ ବିଛାଯାଇଥିଲା ଏବଂ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ସେମାନଙ୍କଠାରୁ ପିସ୍ତଲ ଏବଂ କାର୍ଟ୍ରିଜ୍ ଉଦ୍ଧାର କରାଯାଇଥିଲା। ପଚରାଉଚରା ସମୟରେ, ସମଗ୍ର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଥିଲା, ଏବଂ ବିଭିନ୍ନ ସ୍ଥାନରେ ଚଢାଉ ପରେ ବାକି ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

---------------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande