
ରାଂଚି,୨୫ ମାର୍ଚ୍ଚ(ହି.ସ.) – ଉପ ରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ୨୮ ମାର୍ଚ୍ଚରେ ଝାରଖଣ୍ଡ ଗସ୍ତରେ ଆସିବେ। ସେ ବିଶେଷ ବିମାନରେ ସକାଳ ପ୍ରାୟ ୧୧ଟାରେ ରାଂଚି ବିମାନ ବନ୍ଦରରେ ପହଂଚିବେ।
ରାଂଚି ପହଂଚିବା ପରେ ଉପ ରାଷ୍ଟ୍ରପତି ସିଧା ଖୁଂଟି ଜିଲ୍ଲାର ଓଲିହାତୁ ଯିବେ, ଯେଉଁଠାରେ ସେ ମହାନ୍ ସ୍ୱତନ୍ତ୍ରତା ସେନାନୀ ଭଗବାନ ବିରସା ମୁଣ୍ଡାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବେ। ଏହି ସମୟରେ ସେ ତାଙ୍କ ବଂଶଜଙ୍କ ସହିତ ସାକ୍ଷାତ କରିବେ।
ଖୁଂଟିରୁ ଫେରିବା ପରେ ଉପ ରାଷ୍ଟ୍ରପତି ରାଂଚି ସ୍ଥିତ ରାଜଭବନ ଯିବେ, ଯେଉଁଠାରେ ସେ ଦ୍ୱିପହର ଭୋଜନ କରିବେ ଏବଂ କିଛି ସମୟ ବିଶ୍ରାମ କରିବେ। ଏହାପରେ ସେ ଆଇଆଇଏମ୍ ରାଂଚିର ପୁଂଦାଗ କ୍ୟାମ୍ପସ୍ରେ ଆୟୋଜିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ରୂପେ ସାମିଲ ହେବେ।
କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ଉପରାଷ୍ଟ୍ରପତି ଡେରି ସନ୍ଧ୍ୟାରେ ଦିଲ୍ଲୀକୁ ବାହାରିଯିବେ। ତାଙ୍କର ଏହି ଗସ୍ତକୁ ନେଇ ରାଜ୍ୟ ସରକାର ରାଂଚି ଏବଂ ଖୁଂଟି ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପ୍ରସ୍ତିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି