
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ଶ୍ୱେତପତ୍ରରୁ ସ୍ପଷ୍ଟ ଜଣା ପଡୁଛି ଯେ ଅପରାଧ ବଢ଼ି ଚାଲିଛି ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସରକାର ସତ କହିବାର ସତସାହସ ହରାଇ ବସିଛନ୍ତି। ପଞ୍ଜିକରଣ ହୋଇଥିବା ଅପରାଧରୁ ଅଧିକ ପ୍ରମାଣିତ ହୋଇଛି । ଯାହାର ଅର୍ଥ ହେଉଛି ଯେ ଅପରାଧ ଘଟି ଚାଲିଛି । ଆଇନ ଶୃଙ୍ଖଳା ଭୁଶୁଡି ଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା