
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ଶ୍ୱେତ ପତ୍ର ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସର ଅଭିଯୋଗକୁ କାଉଂଟର କରି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି ଯେ ବିରୋଧୀଙ୍କ ଅଭିଯୋଗ ଭିତିହୀନ । କଳା ଚଷମା ଯିଏ ପିନ୍ଧିବ ତାକୁ ସବୁ କଳା ଦେଖାଯିବ । ଯଦି ସତ ସାହସ ଅଛି ଆଲୋଚନକୁ ଆସନ୍ତୁ। ବିରୋଧୀ ଲୋକଙ୍କୁ ଭ୍ରମିତ କରିବାକୁ ଚାହୁଁଛନ୍ତି । ସୌରାଷ୍ଟ୍ର ବିଭାଗ ଅନେକ ସଫଳତା ପାଇଛି । ଦଙ୍ଗା, ଦୁଷ୍କର୍ମ ଆଦି ବିଭିନ୍ନ କ୍ଷେତ୍ରରେ ସଫଲତା ପାଇଛୁ । ଦଣ୍ଡ ବିଧାନ କ୍ଷେତ୍ରରେ ତାଙ୍କ ସରକାର ଠାରୁ ଅଧିକ ସଫଳତା ପାଇଛୁ । ଓଡିଶା ଶାନ୍ତି ପୂର୍ଣ୍ଣ ହିସାବରେ ଆଗକୁ ବଢୁଛି । ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଂଚିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା