ଚବିଶ ପ୍ରହରୀ ନାମ ସଂକୀର୍ତନ ଧୁମ୍ଧାମ୍ରେ ପାଳିତ
କେନ୍ଦୁଝର,୨୫ ମାର୍ଚ୍ଚ(ହି.ସ.) – ରାମନାମ କୃଷ୍ଣ ନାମରେ ଉଛୁଳି ଉଠୁଛି, ବାଇଜାପଡ଼ା ଗାଁ ହରି ନାମକୁ ଶ୍ରବଣ କରିବାକୁ ଶ୍ରୋତାଙ୍କ ଲାଗିଛି ଭିଡ। ଭକ୍ତି ମୟ ପରିବେଶ ସୃଷ୍ଟି କରୁଛି ସମ୍ପୂର୍ଣ ଗାଁ। ହରିଚନ୍ଦନପୁର ବ୍ଲକ ବାରିଗାଁ ପଂଚାୟତ ଅଧୀନସ୍ଥ ବାଇଜାପଡା ଗାଁ ଚବିଶ ପ୍ରହରୀ ନାମ ସଂକୀର୍ତନ ଚଳିତ ବର
ଚବିଶ ପ୍ରହରୀ ନାମ ସଂକୀର୍ତନ ଧୁମ୍ଧାମ୍ରେ ପାଳିତ


କେନ୍ଦୁଝର,୨୫ ମାର୍ଚ୍ଚ(ହି.ସ.) – ରାମନାମ କୃଷ୍ଣ ନାମରେ ଉଛୁଳି ଉଠୁଛି, ବାଇଜାପଡ଼ା ଗାଁ ହରି ନାମକୁ ଶ୍ରବଣ କରିବାକୁ ଶ୍ରୋତାଙ୍କ ଲାଗିଛି ଭିଡ। ଭକ୍ତି ମୟ ପରିବେଶ ସୃଷ୍ଟି କରୁଛି ସମ୍ପୂର୍ଣ ଗାଁ। ହରିଚନ୍ଦନପୁର ବ୍ଲକ ବାରିଗାଁ ପଂଚାୟତ ଅଧୀନସ୍ଥ ବାଇଜାପଡା ଗାଁ ଚବିଶ ପ୍ରହରୀ ନାମ ସଂକୀର୍ତନ ଚଳିତ ବର୍ଷ ୨୯ବର୍ଷରେ ପହଁଚିଲା। ଚଳିତ ବର୍ଷ ଉକ୍ତ ଗ୍ରାମ ସଂକୀର୍ତନ ମଣ୍ଡଳୀ ଦ୍ୱାରା ଆୟୋଜିତ ଅଖଣ୍ଡ ନାମ ଯଜ୍ଞରେ ଗାଁ ଠାକୁରାଣୀ ପୋଖରୀରୁ କଳସ ଆଣି କର୍ତା ଭାବେ ଗୋବିନ୍ଦ ଦେହୁରୀ ଓ ପୂଜକ ଖଗେଶ୍ୱର ଦାସ ସମସ୍ତ ରୀତିନୀତି ନିୟମ ଅନୁଯାୟୀ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏହି ଅଖଣ୍ଡ ନାମ ଯଜ୍ଞରେ ଛଅ ଟି ସଂକୀର୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି। ସଂକୀର୍ତନ ଦଳ ଗୁଡିକ ଯଥାକ୍ରମେ ବାଲିସାହି(ମୟୁରଭଞ୍ଜ) ଝିଅ ଦଳ, ଚୁଟିଆପଶି(ମୟୁରଭଞ୍ଜ) ଝିଅ ଦଳ, ରଘୁବେଡା(କେନ୍ଦୁଝର) ଝିଅ ଦଳ, ଗଳିଆ ନଳୀ(କେନ୍ଦୁଝର) ଝିଅ ଦଳ, ବଡ଼ପଶି(କେନ୍ଦୁଝର) ପୁଅ ଦଳ ଏବଂ ଗାଁ ସଂକୀର୍ତନ ମଣ୍ଡଳୀ ଅଂଶଗ୍ରହଣ କରି ଶ୍ରୋତାଙ୍କୁ ଅନବରତ ହରି ନାମ ଶ୍ରବଣ କରାଉଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱରେ ମୋହନ ଦେହୁରୀ, ଭଗବାନ ବାରିକ ଓ ଜଗନ୍ନାଥ ନାଏକ ତୁଲାଉଥିବା ବେଳେ ତାଙ୍କୁ ସହଯୋଗ କରିଛନ୍ତି ପୂର୍ଣଚନ୍ଦ୍ର ବାରିକ, ଲୋଚନ ନାଏକ, ରମାକାନ୍ତ ଦେହୁରୀ, ଈଶ୍ୱର ନାଏକ, ସୁଶାନ୍ତ ଦେହୁରୀ, ଦୁଃଖବନ୍ଧୁ ନାଏକ, ସୁବର୍ଣ୍ଣ ଦେହୁରୀ ପ୍ରମୁଖ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande