
ଖୋର୍ଦ୍ଧା, ୨୫ ମାର୍ଚ୍ଚ (ହି.ସ.) - ଜିଲ୍ଲା ପ୍ରଶାସନିକ କାର୍ଯ୍ୟଧାରାକୁ ଅଧିକ ଆଧୁନିକ ଓ ସୁଦୃଢ଼ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ କାର୍ଯ୍ୟକ୍ଷମ ଉତ୍କର୍ଷତା ପାଇଁ କୃତ୍ରିମ ବୁଦ୍ଧିମତା (ପ୍ରଶାସନିକ ଉତ୍କର୍ଷତା ପାଇଁ ଏ ଆଇ ଉପକରଣ) ଜନିତ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି କ୍ଷ ଏହି କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଥିଲା । ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଂଟର (ଓକାକ୍) ଏବଂ ଓଡ଼ିଶା ବୁଦ୍ଧି ମତା ନିଗମ ପ୍ରତିଷ୍ଠାନ (ଓ କେ ସି ଏଲ୍ ) ର ମିଳିତ ସହଯୋଗରେ ଏହି ପ୍ରଶିକ୍ଷଣ ଶିବିର ପରିଚାଳିତ ହୋଇଥିଲା କ୍ଷଏଥିରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ମୁଖ୍ୟ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀନିବାଶ ମହାନ୍ତି,ବନଖଣ୍ଡ ଅଧିକାରୀ , ମୁଖ୍ୟଉନ୍ନୟନଅଧିକାରୀ-ତଥା-ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଇ ଗଭର୍ନାନ୍ସ ଡେପୁଟୀ କଲେକ୍ଟର ଆର୍ତତ୍ରାଣ ମଲ୍ଲିକ ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏଥି ସହ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ କାର?୍ୟ୍ୟାଳୟ ଅଧିକାରୀ ମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଜିଲ୍ଲା ଇ ଗଭର୍ନାଂସ ପରିଚାଳକ ମାନସ କୁମାର ବ୍ରହ୍ମା ପାୱାର ପଏଂଟ ଉପକରଣର ଓକାକ୍ ଏବଂ ଓ।କେ ସି ଏଲ ସଂଶାଧକଙ୍କ ସହ ତାଲିମ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ