
ଜୟପୁର, 25 ମାର୍ଚ୍ଚ (ହି.ସ.) - ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବଡ ଓଜେଇ ଗ୍ରାମର ଲକ୍ଷ୍ମଣ ନାୟକ । ସୁଚନା ଅନୁଯାଇ ଏକ ସ୍ଲୁଟି ରେ ଦେଶି ମଦ ଜୟପୁର ସହରକୁ ଚାଲାଣ ହେଉଥିବା ସୁଚନା ପାଇ ଅବକାରି ଥାନା ଆଜି ପାଞ୍ଜିଆଗୁଡା ରାସ୍ତାରେ ଚଢାଉ କରିଛି । ଚଢାଉ କରି ୧୮ ଲିଟର ଦେଶି ମଦ ଓ ସ୍ଲୁଟି ଗାଡି କୁ ଜବତ କରି ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି