ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
କେନ୍ଦୁଝର, ୨୫ ମାର୍ଚ୍ଚ (ହି.ସ.) - ଆଜି ପାଟଣା ବ୍ଲକ ଅନ୍ତର୍ଗତ କଂଟିଆପଡା ଓ ଯମୁନାପଶି ପଂଚାୟତରେ ପୃଥକ ପୃଥକ ଭାବେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟ, କଂଟିଆପଡାର ଆନୁରିକ୍ଷ କ୍ଲବ ଓ ଭୂମିକା ଚକ୍ଷୁ
ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ


କେନ୍ଦୁଝର, ୨୫ ମାର୍ଚ୍ଚ (ହି.ସ.) - ଆଜି ପାଟଣା ବ୍ଲକ ଅନ୍ତର୍ଗତ କଂଟିଆପଡା ଓ ଯମୁନାପଶି ପଂଚାୟତରେ ପୃଥକ ପୃଥକ ଭାବେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟ, କଂଟିଆପଡାର ଆନୁରିକ୍ଷ କ୍ଲବ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟ ମିଳିତ ଭାବେ ଉକ୍ତ ଚକ୍ଷୁ ପରୀକ୍ଷା ଶିବିରକୁ ପରିଚାଳନା କରିଥିଲେ। ମୋଟ ୭୨ ଜଣ ବରିଷ୍ଠ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।

କେନ୍ଦୁଝର ନାଗରିକ ମଂଚର ଉପ ସଭାପତି ତଥା କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟର ସମ୍ପାଦକ ଭକ୍ତବତ୍ସଳ ମହାନ୍ତିଙ୍କ ସଂଯୋଜନା ଏବଂ ଭୂମିକା ଅନୁଷ୍ଠାନର ରାଜ୍ୟ ପରିଚାଳକ କର୍ଣ୍ଣାଟକିଶୋର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୂମିକା ଚକ୍ଷୁ ଚିକିତ୍ସାଳୟର ଅପ ଟମ ମଧୁସ୍ମିତା ବେହେରା, ସ୍ୱାସ୍ଥ୍ୟ ସେବିକା ଲିଜା ରାଣୀ ନାୟକ, ହସ୍ପିଟାଲର ମ୍ୟାନେଜର ରଣଜିତ ପଣ୍ଡା, ଅପଟମ ମଧୁସ୍ମିତା ମାଝୀ, ବରିଷ୍ଠ ସ୍ୱାସ୍ଥ୍ୟ ସେବିକା ଲିଲିମା ରାଣୀ ଯେନା ଓ ସ୍ୱାସ୍ଥ୍ୟ ସଂଗଠକ ଗୌରାଙ୍ଗ ବାରିକ ମୋଟ ୨୧ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଛି। ୧୨ ଜଣଙ୍କୁ କେନ୍ଦୁଝର ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି। ଶିବିର ସୁଳରେ ମାଗଣା ଚଷମା ବଂଟନ କରା ଯାଇଥିଲା । କଂଟିଆପଡା ସରପଂଚ ଲିଜାରାଣୀ ନାୟକ ଯମୁନାପଶି ସରପଂଚ ଶଶିଭୂଷଣ ନାୟକ ୱାର୍ଡ ମେମ୍ବର ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ମାନେ ମଧ୍ୟ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ହେଲପେଜ ଇଣ୍ଡିଆ ସହାୟତା ପ୍ରଦାନ କରିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande