
କେନ୍ଦ୍ରାପଡ଼ା,୨୫ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡା ପୌରାଳିକା ଦୃଷ୍ଟିବାଧିତ ବିଦ୍ୟାଳୟରେ ମାଗଣା ଚିକିତ୍ସା ଶିବିର ଆୟୋଜନ କରାଯାଇଛି। ମୁଖ୍ୟ ଚିକିତ୍ସାଳୟର ପ୍ରଶାସକ ଦିଲ୍ଲୀପ କୁମାର ନାୟକ ଏହାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ବିଶିଷ୍ଟ ସମାଜସେବୀ ସମୀର କୁମାର ଚାନ୍ଦ ଯୋଗଦେଇ ଏହାର ଭୂୟସୀ ପ୍ରଶଂସା କରିଥିଲେ। ଏହା ଦୃଷ୍ଟି ବାଧିତ ପିଲାମାନଙ୍କୁ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ। ସହରାଂଚଳ ପ୍ରାଥମିକ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ସୁଶ୍ରୀ ଜେନା, ଅଡିଓଲୋଜିଷ୍ଟ ଚନ୍ଦନ ବେହେରା, ପଚିଶି ଜଣ ଦୃଷ୍ଟିବାଧିତ ପିଲାମାନଙ୍କୁ ପରୀକ୍ଷା କରି ଔଷଧ ବଂଟନ କରିଥିଲେ। କମ୍ୟୁନିଟି ସୁପର ଭାଇଜର ସୌମ୍ୟା ପୁଷ୍ପା ମିଶ୍ର, ଆଶା ଅମ୍ବିକାବାଳା ନାଥ, ଏଏନ୍ଏମ୍ କନକଲତା ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱପ୍ନାଶୁ ଦାସ, ଶିକ୍ଷକ ବଟକୃଷ୍ଣ ବାରିକ୍, ଅରୁଣ କୁମାର ବେହେରା, ସୋନାଲିକା ସ୍ୱାଇଁ, ଭରତ କୁମାର ସାହୁ, କର୍ମଚାରୀ ମହେନ୍ଦ୍ର ସିଂ, ଗୀତାଞ୍ଜଳୀ ଦାସ, ଅଲେଖ ଜେନା, ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି