କଟକ ଦହିବରାକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ସହଯୋଗ ମାଗିଲେ ସରକାର
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- କଟକ ଦହିବରାକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ବିଭିନ୍ନ ସଂସ୍ଥା, ସଂଗଠନ, ବ୍ୟକ୍ତି ବିଶେଷ ଓ ଆଇନ ବିଶାରଦ ମାନଙ୍କୁ ଆଗେଇ ଆସିବା ଲାଗି ଅପିଲ କରିଛନ୍ତି ରାଜ୍ୟ ସରକାର। ନିୟମ ଅନୁଯାୟୀ ଜିଆଇ ଟ୍ୟାଗିଙ୍ଗି ପାଇଁ ରାଜ୍ୟ ସରକାର ସିଧାସଳଖ ଆବେଦନ କରି ପାରିବେନି । ତେଣ
କଟକ ଦହିବରାକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ସହଯୋଗ ମାଗିଲେ ସରକାର


ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- କଟକ ଦହିବରାକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ବିଭିନ୍ନ ସଂସ୍ଥା, ସଂଗଠନ, ବ୍ୟକ୍ତି ବିଶେଷ ଓ ଆଇନ ବିଶାରଦ ମାନଙ୍କୁ ଆଗେଇ ଆସିବା ଲାଗି ଅପିଲ କରିଛନ୍ତି ରାଜ୍ୟ ସରକାର।

ନିୟମ ଅନୁଯାୟୀ ଜିଆଇ ଟ୍ୟାଗିଙ୍ଗି ପାଇଁ ରାଜ୍ୟ ସରକାର ସିଧାସଳଖ ଆବେଦନ କରି ପାରିବେନି । ତେଣୁ ବିଭିନ୍ନ ସଂଗଠନକୁ ଆବେଦନ ପାଇଁ ଅପିଲ କରିଛନ୍ତି ରାଜ୍ୟ ସରକାର। ଯଦି କୌଣସି ସଂସ୍ଥା, ସଂଗଠନ, ବ୍ୟକ୍ତି ବିଶେଷ କିମ୍ବା ଆଇନ ବିଶାରଦ ମାନେ ଜିଆଇ ଟ୍ୟାଗିଙ୍ଗି ପାଇଁ ଆବେଦନ କରିବେ ରାଜ୍ୟ ସରକାର ସହଯୋଗ କରିବେ ବୋଲି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାର ଲିଖିତ ଉତରରେ ଦର୍ଶାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande