ହୋ ସମ୍ପ୍ରଦାୟର ପାରମ୍ପରିକ ମାଗେ ପର୍ବ ଉଦଯାପିତ
କେନ୍ଦୁଝର, ୨୫ ମାର୍ଚ୍ଚ (ହି.ସ.) - ସେରେଣ୍ଡା ଗ୍ରାମ ପଂଚାୟତ କାଶିଆ କ ଗ୍ରାମରେ ହୋ ସମ୍ପ୍ରଦାୟର ପାରମ୍ପରିକ ମାଗେ ପର୍ବ ଉଦଯାପିତ ହୋଇଛି। କାଶିଆ କ ମା ବୁରୁ ଯୁବକ ସଙ୍ଘ ଆନୁକୂଲ୍ୟରେ ଏହି ମାଗେ ପର୍ବ ପାଳିତ ହୋଇଥିଲା। ହୋ ସମ୍ପ୍ରଦାୟ ର ଆରାଧ୍ୟ ଦେବତା ମାରାଂ ବୁରୁ ଙ୍କୁ ପୂଜାର୍ଚ୍ଚନା କରାଯ
ହୋ ସମ୍ପ୍ରଦାୟର ପାରମ୍ପରିକ ମାଗେ ପର୍ବ ଉଦଯାପିତ


କେନ୍ଦୁଝର, ୨୫ ମାର୍ଚ୍ଚ (ହି.ସ.) - ସେରେଣ୍ଡା ଗ୍ରାମ ପଂଚାୟତ କାଶିଆ କ ଗ୍ରାମରେ ହୋ ସମ୍ପ୍ରଦାୟର ପାରମ୍ପରିକ ମାଗେ ପର୍ବ ଉଦଯାପିତ ହୋଇଛି। କାଶିଆ କ ମା ବୁରୁ ଯୁବକ ସଙ୍ଘ ଆନୁକୂଲ୍ୟରେ ଏହି ମାଗେ ପର୍ବ ପାଳିତ ହୋଇଥିଲା। ହୋ ସମ୍ପ୍ରଦାୟ ର ଆରାଧ୍ୟ ଦେବତା ମାରାଂ ବୁରୁ ଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ପାରମ୍ପରିକ ରୀତିରେ ପାଳନ କରାଯାଇଥିଲା। ଚାରି ଦିନ ଧରି ପାଳନ କରାଯାଇଥିବା ଏହି ମାଗେ ପର୍ବ ଉତ୍ସବ ରେ ପାରମ୍ପରିକ ଆଦିବାସୀ ନୃତ୍ୟ ସହିତ ବିଭିନ୍ନ ଖେଳାକୁଦ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ୨୪ ତାରିଖ ଉଦଯାପନୀ ଉତ୍ସବ ରେ ପୂର୍ବତନ ବଡ଼ବିଲ ପୌରାଧ୍ୟକ୍ଷ ଦିଲ୍ଲୀପ ମିଶ୍ର ମୁଖ୍ୟ ଅତିଥ୍,ସେରେଣ୍ଡା ସରପଂଚ ସସ୍ମିତା ସିଦୁ, ସମିତି ସଭ୍ୟ ଶଙ୍କର ଚାତମ୍ବା, କାଶିଆ ଜେ ଏସ୍ ପି ଏଲ୍ ଖଣି କମ୍ପାନୀ ର ଲୋକ ସମ୍ପର୍କ ଅଧୂକାରୀ ମନୋଜ ମହାନ୍ତି ସଂମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ। ମଂଚାସିନ ଅତିଥ୍ ଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମା ବୁରୁ ମାଗେ ପର୍ବ ପାଳନ କମିଟି ପକ୍ଷରୁ ଆଂଚଳିକ ସାମ୍ବାଦିକ ଭାବେ କେନ୍ଦୁଝର ଟାଇମସ୍ ବଡ଼ବିଲ ପ୍ରତିନିଧୂ ଅଶୋକ ମହାନ୍ତି ଓ ସାମ୍ବାଦିକ ଗଣେଶ୍ୱର ପାତ୍ର ଙ୍କୁ ସଂମ୍ମାନିତ କରାଯାଇଥିଲା। ମା ବୁରୁ ମାଗେ ପର୍ବ ପାଳନ କମିଟି ର ସଭାପତି ବାବୁ ମୁଣ୍ଡା, ସମ୍ପାଦକ ସରୋଜ ବାନର ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande