
ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ମୁରିବାହାଲ ତହସିଲ ପ୍ରଶାସନ ପକ୍ଷରୁ ଆଗାମୀ ଏପ୍ରିଲ ୧୬ ତାରିଖ ରୁ ମେ ମାସ ୧୫ ତାରିଖ ହେବାକୁ ଥିବା ଘର ଗଣନା ପାଇଁ ମଙ୍ଗଳବାର ଏକ ପ୍ରଶିକ୍ଷଣ ଶିବିର ମୁରିବାହାଲ ପଂଚାୟତ ହାଇସ୍କୁଲ ଠାରେ ଆରମ୍ଭ ହୋଇଛି।କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା ପାଇଁ ସୁପରଭାଇଜର ଓ ଏନୁମେରେଟରମାନଙ୍କ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଜନଗଣନା ଚାର୍ଜ ଅଫିସର ତଥା ତହସିଲଦାର ଜଗଦୀଶ କର୍ତାମୀ, ବିଡିଓ ବାସନ୍ତୀ ସେଠୀ ଓ ବିଇଓ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି। ପ୍ରଶିକ୍ଷଣ ଶିବିରରେ ବ୍ଲକ ଏଇଇ ଅବିନାଶ ମୁଦି, ଡବ୍ଲ୍ୟୁଇଓ ଭୀମରାମ ମାଝୀ, ଆଅର୍ାଇ କୋଶଲ ବେହେରା ଓ ଅଭିଜିତ ସାହୁ ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ସୁପରଭାଇଜର ଓ ଏନୁମେରେଟରମାନଙ୍କୁ ଜନଗଣନାର ବିଭିନ୍ନ ପ୍ରକ୍ରିୟା, ତଥ୍ୟ ସଂଗ୍ରହ ପ୍ରଣାଳୀ, ଫର୍ମ ପୂରଣ ଓ ଡିଜିଟାଲ ଆପ୍ଲିକେଶନର ବ୍ୟବହାର ବିଷୟରେ ସବିଶେଷ ଜ୍ଞାନ ଦେଇଥିଲେ। ପ୍ରଶିକ୍ଷକମାନେ ଜନଗଣନାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ଏହା ଦେଶର ଆର୍ôଥକ, ସାମାଜିକ ଓ ଜନସଂଖ୍ୟା ସମ୍ବନ୍ଧୀୟ ସଠିକ ତଥ୍ୟ ପ୍ରଦାନ କରି ନୀତି ନିର୍ଦ୍ଧାରଣରେ ମୂଲ୍ୟବାନ ଭୂମିକା ନିଭାଇଥାଏ। ଏଣୁ ପ୍ରତ୍ୟେକ ଗଣନାକାରୀଙ୍କୁ ନିଷ୍ଠା ଓ ସଠିକତା ସହ କାମ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ଘରେଘରେ ସର୍ବେକ୍ଷଣ ପ୍ରଣାଳୀ, ନାଗରିକଙ୍କ ସହିତ ସୁସମ୍ପର୍କ ସ୍ଥାପନ ଓ ତଥ୍ୟ ନିଖୁଣ ଭାବେ ରେକର୍ଡ କରିବା ବିଷୟରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ମୋଟ ତିନିଟି ବ୍ୟାଚରେ ତିନିଦିନ ଲେଖାଏଁ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ତହସିଲଦାର ଶ୍ରୀ କର୍ତାମୀ ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ