ଗଞ୍ଜେଇ ସମେତ ଚୋରା ମଦ ଜବତ, ୭ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା,୨୫ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ନିକିରେଇ, ରାଜନଗର ଓ ଆଳି ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚ
---------------ଗଞ୍ଜେଇସମେତଚୋରା ମଦ ଜବତ ୭ କୋର୍ଟଚାଲାଣ


କେନ୍ଦ୍ରାପଡ଼ା,୨୫ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ନିକିରେଇ, ରାଜନଗର ଓ ଆଳି ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପାଳଶପୁର ଗ୍ରାମର ଗୁଣନିଧି ମଳିକ(ବୟସ-୩୧)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ଦଶୀପୁର ଗ୍ରାମର ଜୀବନ ପ୍ରଧାନ(ବୟସ-୨୯)ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, ତନରା ଗ୍ରାମର ଅରକ୍ଷିତ ଗାହଣ(ବୟସ-୩୮)ଙ୍କ ଠାରୁ ୩.୩୦ କିଗ୍ରାର ଗଞ୍ଜେଇ, ପିମ୍ପୁଡ଼ି ଗ୍ରାମର ପାଂଚାଳି ଭୂୟା(ବୟସ -୪୦)ଙ୍କ ଠାରୁ ୬୨ ଲିଟର ବିଦେଶୀ ମଦ, ଭୂୟପୂର ଗ୍ରାମର ରମେଶ ଚନ୍ଦ୍ର ସିଂ(ବୟସ-୫୩)ଙ୍କ ଠାରୁ ୪୫ ଲିଟର ବିଦେଶୀ ମଦ, କାଣ୍ଡିଆ ଗ୍ରାମର ମଞ୍ଜୁଳତା ମଲିକ(ବୟସ-୩୨)ଙ୍କ ଠାରୁ ୪୧ ଲିଟର ଦେଶୀ ମଦଓ ଗଞ୍ଜା ଗ୍ରାମର ରାମୁ ପାତ୍ର(ବୟସ-୩୯)ଙ୍କ ଠାରୁ୩୧ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଅଛି। ଏମାନଙ୍କ ପାକ୍ଷରୁ ସମୁଦାୟ ୩.୩୦ କିଗ୍ରାର ଗଞ୍ଜେଇ ସମେତ ୨୪୦ ଲିଟର ବିଦେଶୀ ଓ ଦେଶୀମଦ ଜବତ କରାଯାଇ ୦୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି। ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ମିସ୍ ଋତୁପ୍ରଭା ସ୍ୱାଇଁ ଓ ଅନ୍ୟ କର୍ମଚାରି ସାମିଲ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande