ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଲାଗି ନିମନ୍ତ୍ରଣ ପତ୍ର ବଂଟନ
ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ଜାତୀୟ ଶିକ୍ଷା ନୀତି ଅଧୀନରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଏପ୍ରିଲ ୫ ତାରିଖ ମଧ୍ୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅନୁଷ୍ଠିତ ହେବ। ଶିଶୁବାଟିକା ଓ ପ୍ରଥମ ଶ୍ରେଣୀର କୁନି ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଠେଇଥିବା ସ୍ନେହର ନିମନ୍ତ୍ରଣ ପତ୍ରକୁ ଅତିରିକ୍ତ ଜିଲ୍ଲାପା
ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଲାଗି  ନିମନ୍ତ୍ରଣ ପତ୍ର ବଣ୍ଟନ


ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଲାଗି  ନିମନ୍ତ୍ରଣ ପତ୍ର ବଣ୍ଟନ


ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଲାଗି  ନିମନ୍ତ୍ରଣ ପତ୍ର ବଣ୍ଟନ


ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ଜାତୀୟ ଶିକ୍ଷା ନୀତି ଅଧୀନରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଏପ୍ରିଲ ୫ ତାରିଖ ମଧ୍ୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅନୁଷ୍ଠିତ ହେବ। ଶିଶୁବାଟିକା ଓ ପ୍ରଥମ ଶ୍ରେଣୀର କୁନି ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଠେଇଥିବା ସ୍ନେହର ନିମନ୍ତ୍ରଣ ପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଏଡିଇଓ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ବଲାଙ୍ଗୀର ବିଇଓ ନୀଳମଣି ପଟେଲ, ଏବିଇଓ ସନ୍ଧ୍ୟାରାଣୀ ଧରୁଆ, ସିଆର୍ସିସି ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ସ୍ଥାନୀୟ ଗାନ୍ଧୀନଗର ପଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ଥିବା ଘରକୁ ଘର ଯାଇ ଅଭିଭାବକମାନଙ୍କୁ ଦେଇଥିଲେ। ଖଡ଼ି ଛୁଇଁ ପିଲାମାନେ ପାଠ ପଢ଼ା ଆରମ୍ଭ କରିବେ। ପାରମ୍ପରିକ ରୀତି ନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ ସେ ସମ୍ବନ୍ଧୀୟ ସୂଚନା ଦେବାସହ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା କିପରି ଦିଆଯାଉଛି ସେ ବିଷୟରେ ଅଭିଭାବକଙ୍କୁ ବୁଝେଇଥିଲେ। ଏହି କାର୍ଯ୍ୟକ୍ରମରେ ଡିପିସି କାର୍ଯ୍ୟାଳୟର ଦେବେଶ ମିଶ୍ର, ଗୋପାଳ ମିଶ୍ର, ପ୍ରାକ୍ଟିସିଂ ସ୍କୁଲର ଶିକ୍ଷୟତ୍ରୀ ଯୋଗମୟୀ ଗେଜୋ ଓ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ସିନ୍ଧୁ ବାଗ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande