ଜାତୀୟ ପ୍ରବେଶିକା ପରୀକ୍ଷାରେ ମହିଳା ମହାବିଦ୍ୟାଳୟର କୃତିତ୍ୱ
ଜାତୀୟ ପ୍ରବେଶିକା ପରୀକ୍ଷାରେ ମହିଳା ମହାବିଦ୍ୟାଳୟର କୃତିତ୍ୱ
ଜାତୀୟ ପ୍ରବେଶିକା ପରୀକ୍ଷାରେ ମହିଳା ମହାବିଦ୍ୟାଳୟର  କୃତିତ୍ୱ


ସମ୍ବଲପୁର,୨୫, ମାର୍ଚ୍ଚ (ହି.ସ.) - ଜାତୀୟ ସ୍ତରର ଆଇଆଇଟି- ଜାମ୍ ପ୍ରବେଶିକା ପରୀକ୍ଷାରେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ଗଣିତ ବିଭାଗର ଚାରି ଜଣ ଛାତ୍ରୀ ଉତୀର୍ଣ୍ଣ ହୋଇ ଆଇଆଇଟି ଓ ନାଇଜର ଭଳି ଜାତୀୟ ସ୍ତରର ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇବା ପାଇଁ ସୁଯୋଗ ସୃଷ୍ଟି କରି ଅଛନ୍ତି । ବିଉଟି ଦେହୁରୀ ୧୨୪ ତମ, ମାନିନୀ ମହାପାତ୍ର ୧୪୮୯ ତମ , ଅଞ୍ଜଳି ବାରିକ ୨୩୮୮ତମ ଏବଂ ମୀନାକ୍ଷୀ ମିର୍ଦ୍ଧା ୪୬୨୬ ତମ ସ୍ଥାନ ଅଧିକାର କରି ମହିଳା ମହାବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଅଧ୍ୟାକ୍ଷା ପ୍ର. କଳ୍ପନା ମେହେର , ଗଣିତ ବିଭାଗର ଅଧ୍ୟାପକ ତଥା ମହାବିଦ୍ୟାଳୟର କର୍ମକର୍ତାମାନେ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଅଛନ୍ତି । ଛାତ୍ରୀମାନେ ପରବର୍ତୀ କାଳରେ ଉଚ୍ଚତର ଗଣିତ ଗବେଷଣା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ବୋଲି କହିଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande