ବଲାଙ୍ଗୀର ସୁଦପଡା ରାଧାକୃଷ୍ଣ ମନ୍ଦିର ପୂଜା କମିଟିର ଚତୁର୍ଥ ତମ ଚବିଶ ପ୍ରହରୀ ନାମଯଜ୍ଞ୍ ଭବ୍ୟ କଳସ ଶୋଭାଯାତ୍ରାରେ ଭକ୍ତିମୟ ପରିବେଶ
ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ସୁଦପଡା ରାଧାକୃଷ୍ଣ ମନ୍ଦିର ପୂଜା କମିଟି ତରଫରୁ ଆରମ୍ଭ ହୋଇଛି ଚତୁର୍ଥ ତମ ଚବିଶ ପ୍ରହରୀ ନାମଯଜ୍ଞ। ଚଳିତ ବର୍ଷ ଏହି ନାମଯଜ୍ଞକୁ ଆକର୍ଷଣୀୟ କରିବାକୁ ସବୁମତେ ଉଦ୍ୟମ କରାଯାଇଛି। ଆଜି ଅପରାହ୍ନରେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସୁଦପଡା
ବଲାଙ୍ଗୀର ସୁଦପଡା ରାଧାକୃଷ୍ଣ ମନ୍ଦିର ପୂଜା କମିଟିର ଚତୁର୍ଥ ତମ ଚବିଶ ପ୍ରହରୀ ନାମଯଜ୍ଞ୍ ଭବ୍ୟ କଳସ ଶୋଭାଯାତ୍ରାରେ  ଭକ୍ତିମୟ ପରିବେଶ


ବଲାଙ୍ଗୀର,୨୫ ମାର୍ଚ୍ଚ(ହି.ସ.) – ବଲାଙ୍ଗୀର ସୁଦପଡା ରାଧାକୃଷ୍ଣ ମନ୍ଦିର ପୂଜା କମିଟି ତରଫରୁ ଆରମ୍ଭ ହୋଇଛି ଚତୁର୍ଥ ତମ ଚବିଶ ପ୍ରହରୀ ନାମଯଜ୍ଞ। ଚଳିତ ବର୍ଷ ଏହି ନାମଯଜ୍ଞକୁ ଆକର୍ଷଣୀୟ କରିବାକୁ ସବୁମତେ ଉଦ୍ୟମ କରାଯାଇଛି। ଆଜି ଅପରାହ୍ନରେ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସୁଦପଡା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରୁ ଘଂଟ ବାଦ୍ୟ, ଡିଜେ ଓ ବାଦ୍ୟ ଶୋଭାଯାତ୍ରାରେ ନାମଯଜ୍ଞ୍ର କର୍ତା ଶ୍ରୀମତୀ ବାସନ୍ତୀ ବେହେରା ଓ ଦୁର୍ଗାଚରଣ ବେହେରାଙ୍କ ସମେତ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଅନ୍ୟତମ କର୍ତା ଶ୍ରୀମତୀ ଲତା ଖରସେଲ, ସୁବଳ ଚନ୍ଦ୍ର ଖରସେଲ, ଶ୍ରୀମତୀ ରଜନୀ ସାହୁ ଓ ସୂର୍ଯ୍ୟ ସାହୁଙ୍କ ସହ ପାଂଚଶହ ରୁ ଅଧିକ ମହିଳା କଳସ ଶୋଭାଯାତ୍ରାରେ ଯାଇ ଟିକ୍ରାପଡା ସ୍ଥିତ ରାଣୀ ବନ୍ଧ ରୁ କଳସ ବୁଡେଇ ସହର ପରିକ୍ରମା କରି ଫେରିଥିଲେ। ଆସନ୍ତାକାଲି ସକାଳୁ ନାମ ସଂକୀର୍ତନ ଆରମ୍ଭ ହେବାକୁ ଥିବା ବେଳେ ଏହା ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ୨୯ତାରିଖରେ ପୂର୍ଣ୍ଣାହୁତି ହେବବୋଲି ସୁଦପଡା ରାଧାକୃଷ୍ଣ ମନ୍ଦିର ପୂଜା କମିଟି ତରଫରୁ କୁହାଯାଇଛି। ପଶ୍ଚିମ ଓଡିଶା ର ବଛା ବଛା ସଂକୀର୍ତନ ଦଳଙ୍କୁ ନିମନ୍ତ୍ରଣ କରାଯାଇ ଥିବାବେଳେ ପ୍ରତ୍ୟହ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଭକ୍ତ ବୃନ୍ଦ ଏହି ନାମ ସଂକୀର୍ତନ ରେ ଅଂଶ ଗ୍ରହଣ କରି ପ୍ରଭୁକୃପା ଲାଭ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande